ଶିକାର ଭାବି ସାଙ୍ଗକୁ ଗୁଳି କରି ହତ୍ୟା

0

ଢେଙ୍କାନାଳ : ସାଙ୍ଗ ସହିତ ଶିକାର କରିବାକୁ ଯାଇ ଗୁଳିମାଡ଼ର ଶିକାର ହେଲେ ଯୁବକ । ଶିକାର ଭାବି ସାଙ୍ଗକୁ ଗୁଳି କରି ହତ୍ୟା କରିଛି ଅନ୍ୟଜଣେ ସାଙ୍ଗ ଇ ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ଥାନା ଅଞ୍ଚଳରେ ।

ସୂଚନା ଅନୁସାରେ,ଗତକାଲି ରାତିରେ ୫ ଜଣ ସାଙ୍ଗ ଶିକାର ଉଦ୍ଦ୍ୟେଶରେ ଜଙ୍ଗଲକୁ ଯାଇଥିଲେ । ତାଙ୍କ ସହିତ ମାନପୁର ଗାଁର ପ୍ରଶାନ୍ତ ନାୟକ ନାମକ ଜଣେ ଯୁବକ ମଧ୍ୟ ଯାଇଥିଲେ । ଜଙ୍ଗଲ ଭିତରେ ଶିକାର ଖୋଜୁଥିବାବେଳେ ପ୍ରଶାନ୍ତ ନାୟକର ଗୁଳି ମାଡ଼ରେ ଅନ୍ୟ ଜଣେ ଶିକାରୀ ବାବୁଲାର ମୃତ୍ୟୁ ଘଟିଥିଲା। ଖବର ପାଇ ରାସୋଳ ପୋଲିସ ମୃତଦେହ ଜବତ କରିବା ସହିତ ଶିକାର କରିବାକୁ ଯାଇଥିବା ୫ ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି । ସେମାନଙ୍କ ନିକଟରୁ ବନ୍ଧୁକ ମଧ୍ୟ ଜବତ ହୋଇଛି ।

Har Ghar Tiranga
Leave A Reply

Your email address will not be published.