୬ମାସ ଶିଶୁ କରୁଛି ପୁସ୍‌ ଅପ୍‌

ସୋସିଆଲ୍‌ ମିଡିଆରେ ବହୁ ସମୟରେ ଏପରି ଭିଡିଓ ଭାଇରାଲ୍‌ ହୋଇଥାଏ ଯାହା ବାରମ୍ବାର ଦେଖିବାକୁ ମନ କହିଥାଏ । ଏବେ ସୋସିଆଲ୍‌ ମିଡିଆରେ ଏକ କ୍ୟୁଟ୍‌ ବେବୀ ଭିଡିଓ ଜୋରଦାର ଭାଇରାଲ୍‌ ହେବାରେ ଲାଗିଛି । ଏହି ଶିଶୁ ଓ ତାର ବାପାଙ୍କ ମଧ୍ୟରେ ବଣ୍ଡିଂ ଦେଖି ଆପଣଙ୍କର ମଧ୍ୟ ତାକୁ ଗେହ୍ଲା କରିବାକୁ ମନ ହେବ । ଏବେ ଲୋକମାନେ ଫିଟନେସ୍‌କୁ ନେଇ ଅଧିକ ସତର୍କ ହେଉଥିବା ବେଳେ ଭିନ୍ନ ଭିନ୍ନ ପ୍ରକାରର ଏକ୍ସରସାଇଜ୍‌ କରୁଛନ୍ତି । ପିଲା, ବୁଢା ସମସ୍ତେ ଫିଟ୍‌ ରହିବା ଲାଗି ଏକ୍ସରସାଇଜ୍‌ କରୁଛନ୍ତି ।

୬ମାସ ଶିଶୁ କରୁଛି ପୁସ୍‌ ଅପ୍‌

କିନ୍ତୁ ଏହି ଭିଡିଓରେ ଦେଖିବାକୁ ମିଳୁଛି ଏକ ୬ ମାସର ଶିଶୁକୁ ତାର ବାପା ପୁସ୍‌ ଅପ୍‌ ଶିଖାଉଛନ୍ତି । ଏତେ ଛୋଟ ପିଲାର ଶିଖିବାର ଅନ୍ଦାଜ ସମସ୍ତଙ୍କୁ ଆକର୍ଷିତ କରିଛି । ଶିଶୁର ପିତା ବେଡ୍‌ ଉପରେ ପ୍ରଥମେ ପୁସ୍‌ ଅପ୍‌ କରୁଛନ୍ତି ଓ ପରେ ତାକୁ ଏପରି କରିବାକୁ କହୁଛନ୍ତି । ସବୁଠାରୁ ମଜାର କଥା ହେଉଛି ସେ ବଡ ଧ୍ୟାନରେ ପିତାଙ୍କୁ ଦେଖୁଛି ଓ ପରେ ନିଜ ପେଟକୁ ବେଡ୍‌ରେ ଘସୁଛି । ପିତା ଏହା ଦେଖି ଚିୟର ଅପ୍‌ କରିବା ପରେ ଶିଶୁଟି ଉତ୍ସାହିତ ହୋଇ ଉଠୁଛି । ଭିଡିଓଟିକୁ ଜୋସୁଆ ଟେରାଡା ନାମକ ଜଣେ ବ୍ୟକ୍ତି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହାକୁ ଏ ପର୍ଯ୍ୟନ୍ତ ୮ ଲକ୍ଷ ୫୭ ହଜାରରୁ ଅଧିକ ଥର ଦେଖା ସରିଲାଣି ।

Comments are closed.