୮ ପତ୍ନୀଙ୍କ ସହ ଗୋଟିଏ ଛାତ ତଳେ

ବିବାହ କରିବା ଯେତିକି ସହଜ ବୈବାହିକ ସଂପର୍କକୁ ନିଭାଇବା ସେତିକି କଠିନ ହୋଇଥାଏ । ଦୁଇ ଅଚିହ୍ନା ଅଜଣା ବ୍ୟକ୍ତି ଯେତେବେଳେ ମିଳିମିଶି ଜୀବନକୁ ଆଗକୁ ବଢାଇବା ପାଇଁ ନିଷ୍ପତ୍ତି ନିଅନ୍ତି ସେତେବେଳେ ଏକାଠି ସୁଖ ଦୁଃଖ ସମସ୍ୟା ସବୁ କିଛି ବାଣ୍ଟିଥାନ୍ତି । କିନ୍ତୁ ଏଠି ଆମେ ଏପରି ଜଣେ ପୁରୁଷଙ୍କ କଥା କହିବାକୁ ଯାଉଛୁ ଯିଏ କି ୮ ଜଣ ମହିଳାଙ୍କୁ ବିବାହ କରି ଗୋଟିଏ ଛାତ ତଳେ ବେଶ୍‌ ଖୁସିରେ ରହୁଛନ୍ତି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ବ୍ରାଜିଲର ଜଣେ ମଡେଲ୍‌ ଆର୍ଥର ଓ ଉର୍ସୋ ।

୮ ପତ୍ନୀଙ୍କ ସହ ଗୋଟିଏ ଛାତ ତଳେ

ଗତ ବର୍ଷ ଅଚାନକ ଏହି ବ୍ୟକ୍ତି ଜଣକ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ସେ ଚର୍ଚ୍ଚ ଯାଇ ୯ ଜଣ ମହିଳାଙ୍କୁ ବିବାହ କରିଥିଲେ । ବହୁ ଲୋକ ତାଙ୍କୁ ସୋସିଆଲ୍‌ ମିଡିଆରେ ଟ୍ରୋଲ ମଧ୍ୟ କରିଥିଲେ । ଡେଲି ଷ୍ଟାର ରିପୋର୍ଟ ଅନୁସାରେ ସାଓ ପାଓଲୋରେ ରହୁଥିବା ଆର୍ଥର ବହୁ ପରିଶ୍ରମ ପରେ ନିଜର ଓଜନ ୨୮ କିଲୋ କମ୍‌ କରି ପାରିଥିଲେ । ଏହାପରେ ତାଙ୍କର ୯ ଜଣ ମହିଳାଙ୍କ ସହ ପ୍ରେମ ହୋଇଥିଲା ଓ ସମସ୍ତଙ୍କୁ ସେ ଏକ ସମୟରେ ବିବାହ କରିଥିଲେ । ସେ ସମସ୍ତ ପତ୍ନୀଙ୍କ ସହ ଖୁସିରେ ରହୁଥିଲେ ଓ ଆଡଲଫ କଣ୍ଟେଣ୍ଟ ପ୍ରସ୍ତୁତ କରି ଭଲ ରୋଜଗାର କରୁଥିଲେ । କିନ୍ତୁ ଚଳିତ ବର୍ଷ ତାଙ୍କର ଜଣେ ପତ୍ନୀ ଏପରି ଜୀବନ ଜୀଇଁବାକୁ ପସନ୍ଦ ନ କରି ତାଙ୍କୁ ତଲାକ ଦେଇଛନ୍ତି । ତେବେ ଜଣେ ପତ୍ନୀ ତଲାକ ଦେବା ପରେ ଆର୍ଥର କହିଛନ୍ତି ସେ ପତ୍ନୀ ସଂଖ୍ୟା ୮ରୁ ୧୦ କୁ ବୃଦ୍ଧି କରିବାକୁ ଇଚ୍ଛା ରଖିଛନ୍ତି ।

Comments are closed.