ସମ୍ବଲପୁର : ଓଡିଶା ଆସିଲା ସମ୍ବଲପୁର ମଣପ୍ପୁରମ୍ ଗୋଲଡ଼ ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତ । ପଶ୍ଚିମବଙ୍ଗରୁ ସମ୍ବଲପୁର ଅଇଁଠାପାଲି ଥାନାକୁ ଆସିଛି ମୁଖ୍ୟ ଅଭିଯୁକ୍ତ ସୁବୋଧ ସିଂ। ପଶ୍ଚିମବଙ୍ଗ ପ୍ରେସିଡେନ୍ସି ଜେଲ୍ରେ ଥିବା ସୁବୋଧକୁ ଗତକାଲି ଟ୍ରାଂଜିଟ ରିମାଣ୍ଡରେ ଅଣାଯାଇଛି । ଶୁକ୍ରବାର ସୁବୋଧକୁ ସମ୍ବଲପୁର ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯିବ । ୧୫ ଦିନିଆ ରିମାଣ୍ଡରେ ଆଣିବାକୁ ପୁଲିସ୍ ପକ୍ଷରୁ ଆବେଦନ ହେବ ବୋଲି ସୂଚନା ମିଳିଛି । ଗତ ଜାନୁଆରି ୩ ତାରିଖ ସୁବୋଧ ର ନିର୍ଦ୍ଧେଶ ରେ ବୁଢାରାଜା ମଣପ୍ପୁରମ୍ ଗୋଲଡ଼ ଲୋନ ବ୍ୟାଙ୍କରୁ ହୋଇଥିଲା ଡକାୟତି । ଦୀର୍ଘ ୧ ମାସର ଉଦ୍ୟମ ପରେ ମଣପୁରମ୍ ସୁନା ଡକାୟତି ଘଟଣାର ମାଷ୍ଟରମାଇଣ୍ଡ ସୁବୋଧକୁ ଆଣିବାରେ ପୋଲିସ ସଫଳ ହୋଇଛି । ପୂର୍ବରୁ ଏହି ସୁନା ଲୁଟ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଆସାମ ଗୌହାଟୀରୁ ଉତ୍ତମ ପାଶୱାନ, ବିହାର ହାଜିପୁରରୁ ଅଜୟ ପାଶଓ୍ବାନ ଓ ପଙ୍କଜ ପାଶୱାନକୁ ଗିରଫ କରାଯାଇଥିଲା ।
ସୂଚନାନୁସାରେ,ଗତ ଜାନୁଆରି ୩ ତାରିଖରେ ସମ୍ବଲପୁର ବୁଢ଼ାରଜାରେ ଥିବା ମଣପୁରମ୍ ଗୋଲ୍ଡ ଲୋନ୍ ବ୍ୟାଙ୍କରୁ ସୁନା ଲୁଟ୍ ହୋଇଥିଲା । ୫ ଜଣ ବନ୍ଧୁକ ଦେଖାଇ ଏହି ଲୁଟ୍ କରିଥିଲେ । ଯାହାର ମୂଲ୍ୟ ପାଖାପାଖି ୨୦ କୋଟି ଟଙ୍କାରୁ ଅଧିକ ହେବ । ଏହି ଘଟଣାରେ ୩ ଜଣ ଗିରଫ ହୋଇଥିଲେ ମଧ୍ୟ ସୁନା ଏଯାଏଁ ମିଳିପାରି ନାହିଁ ।