ଅଧିକ ପତଳା ବ୍ୟକ୍ତି ଓଜନ ବଢ଼ାଇବା ପାଇଁ ଖାଆନ୍ତୁ ପାଚିଲା ଆମ୍ବ ସ୍ୱାସ୍ଥ By Samaya Live Last updated May 13, 2020 Share ସମୟ ଲାଇଭ୍,୧୩/୫: ଖରାଦିନେ ପାଚିଲା ଆମ୍ବ ପ୍ରଚୁର ମିଳିଥାଏ। ଏହି ଫଳ ଖାଇବାକୁ ସମସ୍ତେ ପସନ୍ଦ ମଧ୍ୟ କରିଥା’ନ୍ତି। ତେବେ ଏହି ଫଳ ଖାଇବାକୁ ଯେତେ ସ୍ୱାଦିଷ୍ଟ ଶରୀର ପାଇଁ ମଧ୍ୟ ସେତିକି ହିତକର। ପାଚିଲା ଆମ୍ବରେ ଯଥେଷ୍ଟ ପରିମାଣରେ ଭିଟାମିନ-ଏ ରହିଥିବାରୁ ଏହା ଦୃଷ୍ଟିଶକ୍ତି ପାଇଁ ଉପକାରୀ ଅଟେ। ଯେଉଁ ବ୍ୟକ୍ତିମାନେ ଆନିମିଆ ରୋଗଗ୍ରସ୍ତ ଅଟନ୍ତି। ସେମାନେ ଆମ୍ବ ଖାଇବା ଦ୍ୱାରା ଅନେକ ଉପକାର ମିଳିଥାଏ। ପାଚିଲା ଆମ୍ବରେ ଆଇରନ୍ ମାତ୍ରା ଅଧିକ ରହୁଥିବାରୁ ଏହା ରକ୍ତହୀନତା ଦୂର କରିବାରେ ସହାୟକ ହୋଇଥାଏ। ସେହିପରି ଆପଣ ଅତ୍ୟଧିକ ପତଳା ହୋଇଥିଲେ ଓଜନ ବଢ଼ାଇବା ପାଇଁ ଚିନ୍ତିତ ରହିଥା’ନ୍ତି। ତେବେ ପ୍ରାକୃତିକ ଉପାୟରେ ଓଜନ ବଢ଼ାଇବାକୁ ଚାହୁଁଥିଲେ ପାଚିଲା ଆମ୍ବ ଖାଆନ୍ତୁ। ଏଥିରେ ପ୍ରଚୁର କ୍ୟାଲୋରୀ ରହୁଥିôବାରୁ ଓଜନ ବୃଦ୍ଧିରେ ସହାୟକ ହୋଇଥାଏ। ସେହିପରି ଆମ୍ବରେ ଆଣ୍ଟିଅକ୍ସିଡ଼ାଣ୍ଟ ପରିମାଣ ଅଧିକ ରହିଥିବାରୁ ଏହା ଶରୀରରେ କ୍ୟାନସର ସେଲ୍ସ ବଢ଼ିବାକୁ ଦିଏ ନାହିଁ। ଯାହାକି କ୍ୟାନସର୍ ପରି ମାରାତ୍ମକ ରୋଗୁରୁ ମଧ୍ୟ ସୁରକ୍ଷା ଦେଇଥାଏ। ତେବେ ଆମ୍ବରେ ଭିଟାମିନ-ବି୬ ମଧ୍ୟ ରହିଛି। ଏହା ମସ୍ତିଷ୍କକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଆମ୍ବରେ ଥିବା ମ୍ୟାଗ୍ନେସିୟମ ଓ ପୋଟାସିୟମ ରକ୍ତରେ ଶର୍କରା ସ୍ତରକୁ ସନ୍ତୁଳିତ ରଖିଥାଏ। ଏହା ଶରୀରରେ କୋଲେଷ୍ଟ୍ରଲ ମଧ୍ୟ ବୃଦ୍ଧି ହେବାକୁ ଦିଏ ନାହିଁ। ତନ୍ତୁଜାତୀୟ ଖାଦ୍ୟ ପେଟରୋଗ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ। ତେଣୁ ଆମ୍ବ ଖାଇବା ଦ୍ୱାରା ବଦହଜମୀ, କୋଷ୍ଠକାଠିନ୍ୟ ଆଦି ସମସ୍ୟା ଦୂର ହୋଇଥାଏ। ତେବେ ଆପଣ ଜାଣିରଖିବା ଉଚିତ୍ ଯେ, କୌଣସି ବି ଖାଦ୍ୟ ଆବଶ୍ୟକତା ଠାରୁ ଅଧି କ ଖାଇବା ଅନୁଚିତ୍। ତେଣୁ ମାତ୍ରାଧିକ ପରିମାଣର ଆମ୍ବ ଖାଆନ୍ତୁ ନାହିଁ। ୧ କପ୍ ଆମ୍ବରେ ଆଣ୍ଟି ଅକ୍ସିଡାଣ୍ଟ ସହିତ ୯୯ କ୍ୟାଲୋରୀ ଏବଂ ୦.୬ ଗ୍ରାମ ଫ୍ୟାଟ ଥାଏ | ଏଥିସହ ଏଥିରେ ୧% କୋଲେଷ୍ଟ୍ରଲ, ୧.୭ ମି.ଗ୍ରା ସୋଡିୟମ୍, ୨୭୭.୨ ମି.ଗ୍ରା ପୋଟାସିୟମ୍, ୨୫ ଗ୍ରାମ କାର୍ବୋହାଇଡ୍ରେଟ୍, ୨.୬ ମି.ଗ୍ରା ଡାଏଟାରୀ ଫାଇବର, ୨୩ ଗ୍ରା ଚିନି, ୧.୪ଗ୍ରା ପ୍ରୋଟିନ୍, ୩୫% ଭିଟାମିନ୍ ଏ, ୨୦% ତମ୍ବା, ୧୮% ଫୋଲେଟ୍, ୯.୭% ଭିଟାମିନ୍ ଇ, ୬.୫ ରହିଛି | ଏଥିରେ ଭିଟାମିନ୍ ବି ୫ , ୬% ଭିଟାମିନ୍ କେ, ୧୦୦% ଭିଟାମିନ୍ ସି, ୧୦% ଭିଟାମିନ୍ ବି -୬ , ୧% କ୍ୟାଲସିୟମ୍, ୧ % ଆଇରନ୍ ଏବଂ ୪ % ମ୍ୟାଗ୍ନେସିୟମ୍ ଥାଏ | Share
Comments are closed.