୧୩ ରେ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଆରମ୍ଭ, ନିୟୋଜିତ ହେବେ ୧୦ ପ୍ଲାଟୁନ୍‌ ଫୋର୍ସ

ଭବାନୀପାଟଣା,ଅକ୍‌ଟୋବର ୧୧: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଆସନ୍ତା ଅକ୍‌ଟୋବର ୧୩ ତାରିଖରେ ମାଁ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଅନୁଷ୍ଠିତ ହେବ । ଏଥିନିମନ୍ତେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଛତର ଯାତ୍ରା ନିମନ୍ତେ ୧୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ନିୟୋଜିତ ହେବ ବୋଲି ସୂଚନା ମିଳିଛି । ସେହିଭଳି ଆସନ୍ତା ୧୨ ତାରିଖ ରାତି ୮ ଟାରୁ ୧୩ ତାରିଖ ଦିନ ୧୨ ଟା ପର୍ଯ୍ୟନ୍ତ ଭବାନୀପାଟଣା ସହରରେ ୧୪୪ ଧାରା ଜାରି ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ପୋଲିସ ଏସ୍‌ପି ସୂଚନା ଦେଇଛନ୍ତି ।

ମାଁ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବ । କୋଭିଡ୍‌ ଯୋଗୁଁ ଏହି ଯାତ୍ରା ପାଳନ ନିମନ୍ତେ ଅକେଫାବର ୧୨ ତାରିଖ ରାତି ୮ ଟାରୁ ୧୩ ତାରିଖ ଦିନ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଭବାନୀପାଟଣା ସହରରେ ୧୪୪ ଧାରା ଜାରି ହେବ । ଭକ୍ତମାନେ ଘରେ ବସି ଟିଭିରେ ସିଧାପ୍ରସାରଣ ଦେଖିପାରିବେ । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ୧୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ନିୟୋଜିତ କରାଯିବ । ଏଥିନିମନ୍ତେ ଜଣେ ଅତିରିକ୍ତ ଏସ୍‌ପି, ୫ ଜଣ ଡିଏସ୍‌ପି, ୧୦ ଜଣ ଇନ୍ସପେକଫର, ୫୦ ଜଣ ସବ୍‌ଇନ୍ସପେକଫର ଓ ଏସ୍‌ଅଇ ଦାୟିତ୍ୱରେ ରହିବେ । ଛତରଯାତ୍ରା ନିମନ୍ତେ ବିଭିନ୍ନ ଛକରେ ସୁରକ୍ଷା କଡାକଡି କରାଯିବ । ସେହିଭଳି ମାଣୀକେଶ୍ୱରୀ ମନ୍ଦିର ଓ ଜେନାଖାଲରେ ମଧ୍ୟ ପୋଲିସ ସୁରକ୍ଷା ବ୍ୟବସ୍ଥା ଅଧିକ କଡାକଡି କରାଯିବ । ଅକେଫାବର ୧୩ ତାରିଖ ଦିନ ସକାଳ ସାଢେ ୮ ଟାରେ ମାଆଙ୍କ ଛତର ଜେନାଖାଲରୁ ଯାଇ ମନ୍ଦିରରେ ପ୍ରବେଶ କରିବା କାର୍ଯ୍ୟକ୍ରମ ରହିଛି ବୋଲି ଅତିରିକ୍ତ ପୋଲିସ ଏସ୍‌ପି ସୂଚନା ଦେଇଛନ୍ତି ।

Comments are closed.