କ୍ରୁଜ୍‌ରେ ରେଭ୍‌ ପାର୍ଟିରେ ଓଡ଼ିଆ ପୁଅ: ବାପା କହିଲେ ମୋ ପୁଅ କିଛି ଅପରାଧ କରିନି

ଭୁବନେଶ୍ୱର : ଅକ୍‌ଟୋବର ୦୬: କ୍ରୁଜ୍‌ ଜାହାଜରେ ହୋଇଥିବା ରେଭ୍‌ ପାର୍ଟିରେ ବଲିଉଡ ଷ୍ଟାର ଶାହାରୁଖ ଖାନ୍‌୍‌ଙ୍କ ପୁଅ ସମେତ ୧୫ ଜଣଙ୍କୁ ଏନ୍‌ସିବି ପୋଲିସ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ରହିଛନ୍ତି । ସେମାନେ ହେଲେ ରାଉଲଲୋର ମନୀଷ ରାଜଗରିଆ ଏବଂ ସୁନ୍ଦରଗଡ଼ ସ୍ଥିତ ରଘୁନଥପଲୀର ଅଭିନ ସାହୁ । ତେବେ ଗିରଫ ମନୀଷଙ୍କ ପାଖରୁ ୨.୪ ଗ୍ରାମ ଗଞ୍ଜେଇ ଜବତ ହୋଇଛି ।
ଏନେଇ ତାଙ୍କ ପିତା ଏହି ସାମାନ୍ୟ ଘଟଣାକୁ ହାଇଲାଇଟ୍‌ ନକରିବାକୁ କହିଛନ୍ତି । ସେ କହିଛନ୍ତି, ମୋ ପୁଅ ମୁମ୍ବାଇ ବୁଲିବାକୁ ଯାଇଥିଲା । ରାଉରକେଲାରୁ ୩୭ ଜଣ ଯୁବକ ମୁମ୍ବାଇ ବୁଲିବାକୁ ଯାଇଥିଲେ । ମନୀଷ କେବଳ ଗୋଟିଏ ସିଗାରେଟ୍‌ରେ ନିଜେ ପାଇଁ ଗଞ୍ଜେଇ ସେବନ କରିବାକୁ ରଖିଥିଲା । ସେ କାହାକୁ ବିକ୍ରି କରିନି କି କାହା ସହ ତା’ର ଲିଙ୍କ୍‌ ନାହିଁ । ଏହି ଘଟଣାକୁ ଯେଉଁଭଳି ଭାବରେ ହାଇଲାଇଟ୍‌ କରାଯାଉଛି, ସେଭଳି କୌଣସି ଅପରାଧ ସେ କରିନି ।
ଅନ୍ୟପକ୍ଷରେ, ଗିରଫ ଅନ୍ୟ ଓଡ଼ିଆ ଯୁବକ ପାର୍ଟିରେ ଦୁଇ ଥର ଗଞ୍ଜେଇ ଟାଣିଥିବା କଥା ସ୍ୱୀକାର କରିଥିବା ଖବର ରହିଛି । ଅଭିନ ଏବଂ ମନୀଷ ଦୁଇ ଜଣ ଭଲ ବନ୍ଧୁ ଅଟନ୍ତି ।
ସୂଚନା ଥାଉଯେ, ଶାହାରୁଖ୍‌ ଖାନଙ୍କ ପୁଅ ଆର୍ଯ୍ୟନ ସମେତ କ୍ରୁଜ୍‌ ରେଭ୍‌ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ଏନ୍‌ସିବି ପୋଲିସ ୮ ଜଣଙ୍କୁ ଗିରଫ କରିଥିଲା । ପରେ ପୋଲିସ ସେହି ପାର୍ଟିରେ ଉପସ୍ଥିତ ଆଉ କେତେକଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଶାର ଯୁବକ ରହିଥିଲେ ।

Comments are closed.