ମାଓ କାର୍ଯ୍ୟକଳାପ ପୁଣି ବଢିଛି

0

ଭୁବନେଶ୍ବର: ଢେଙ୍କାନାଳ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ମାଓ ଗତିବିଧି ନେଇ ଖବର ଆସୁଛି । ଏହା ଚିନ୍ତାଜନକ ଓ ସମ୍ବେଦନଶୀଳ ପ୍ରସଙ୍ଗ ବୋଲି ବିଜେଡି ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛି । ଏହା ଦୁର୍ଭାଗ୍ୟଜନକ ଓ ଚିନ୍ତାଜନକ ଯେ ୧୧-୧୨ବର୍ଷ ପରେ ମାଓ କାର୍ଯ୍ୟକଳାପ ପୁଣି ବଢିଛି ।

୨୦୧୩ରେ ଏହି ତିନି ଜିଲ୍ଲା ଜିରୋ ମାଓବାଦୀ ଜିଲ୍ଲା ଭାବେ ଘୋଷଣା ହୋଇଥିଲା । ହେଲେ ଏବେ ସେଠି ଦାଦାବଟି ମାଗିବା ସହିତ ଅସ୍ତ୍ରଶସ୍ତ୍ର ଧରି ଖୋଲାରେ ବୁଲୁଛନ୍ତି । ଲୋକଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳାରେ ତ୍ରୁଟି ରହିଛି ବୋଲି ତାହା ଆଜି ପ୍ରମାଣିତ ହୋଇଛି । ରାଜ୍ୟବାସୀଙ୍କୁ ସୁରକ୍ଷା ଦେବାରେ ଗୃହ ବିଭାଗ ଆଜି ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ବିଜେଡି ଅଭିଯୋଗ ଆଣିଛି ।ମୁଖ୍ୟମନ୍ତ୍ରୀ ନିଜେ ବିଧାନସଭାରେ ଉତ୍ତର ଦେଇଛନ୍ତି ଯେ ରାଜ୍ୟରେ ୧୦୦ ରୁ ୧୨୦ ମାଓବାଦୀ ଅଛନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଓବାଦୀ ଦମନ କରି ରୋଜଗାର ମାଧ୍ୟମ ଆଣିଥିଲେ । ବର୍ତ୍ତମାନର ସରକାର ସେହି କାର୍ଯ୍ୟକ୍ରମ ସବୁକୁ ଆଗକୁ ନେଇ କର୍ମନିଯୁକ୍ତି ଦେଉ ବୋଲି କହିଛନ୍ତି ବିଜେଡି ନେତା ପ୍ରୀତିରଞ୍ଜନ ଘଡେଇ ।

Leave A Reply

Your email address will not be published.