ଭାଙ୍ଗୁଛି ଲାଲଗଡ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ

0

ମାଲକାନଗିରି: ମାଓ ସଂଗଠନରେ ନିର୍ଯାତନା ଏବଂ ପୋଲିସର ମାଓ ଦମନରେ ଅତିଷ୍ଠ ହୋଇ ରବିବାର ପୁଣି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲା ପୋଲିସ ନିକଟରେ ୨୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏନେଇ ପୋଲିସ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଆନ୍ଧ୍ର ଓଡିଶା ବଡର ଡିଭିଜନ ଏବଂ ତେଲେଙ୍ଗାନା ଷ୍ଟେଟ ଏରିଆ କମିଟିର ୨୨ ଜଣ ମାଓବାଦୀ ଜିଲ୍ଲା ପୋଲିସ ଏବଂ ଆଇଜି ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ୧୧ ଜଣଙ୍କ ନାମରେ ୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା ।

ସୂଚନାଯୋଗ୍ୟ, ଗତ ୨୦ ତାରିଖରେ ଛତିଶଗଡ଼ ବିଜାପୁର ପୋଲିସ ୩୦ ଜଣ ମାଓବାଦୀଙ୍କୁ ମାରିବା ପରେ ସଂଗଠନରେ ଭୟର ପରିସ୍ଥିତି ଦେଖାଦେଇଥିଲା । ମାଓବାଦୀ ମୃତ୍ୟୁକୁ ଭୟ କରି ସଂଗଠନ ଛାଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

Leave A Reply

Your email address will not be published.