ମରାଠୀ ଇଣ୍ଡଷ୍ଟ୍ରୀର ଫ୍ୟାଶନ ଡିଭା ସଈ

ମରାଠୀ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ସଈ ତାମହଣକର ତାଙ୍କର ବୋଲï ଲୁକ୍‌ ଏବଂ ଦମଦାର ଆକଫି ପାଇଁ ଲାଇମଲାଇଟ୍‌ରେ ରହିଥାନ୍ତି । ସିନେମା ହେଉ କି େୱବସିରିଜ୍‌ ସେ ନିଜ କାମ ପ୍ରତି ସର୍ବଦା ଉତ୍ସଗୀକୃତ ରହିଥାନ୍ତି । କେବଳ ଅଭିନୟ ନୁହେଁ, ଅଭିନେତ୍ରୀ ସଈ ଜୀବଜନ୍ତୁଙ୍କୁ ବହୁତ ଭଲ ପାଆନ୍ତି ।

 ମରାଠୀ ଇଣ୍ଡଷ୍ଟ୍ରୀର ଫ୍ୟାଶନ ଡିଭା ସଈ

ତେଣୁ ଯେତେବେଳେ ତାଙ୍କୁ ପୋଷା ଜନ୍ତୁଙ୍କ ଉପରେ ଆଧାରିତ େୱବସିରିଜ୍‌ ‘ପେଟ୍‌ ପୁରାଣ’ର ଅଫର୍‌ ମିଳିଲା, ସେ ଅତି ଖୁସିରେ ତାକୁ ଗ୍ରହଣ କରିଥିଲେ । ସିରିଜ୍‌ଟି ମଧ୍ୟ ବେଶ୍‌ ଦର୍ଶକୀୟ ଆଦୃତି ଲାଭ କରିଛି । ସଈ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଆସିବା ପୂର୍ବରୁ ଜଣେ କ୍ରୀଡ଼ାବିତ୍‌ ଭାବେ ପରିଚିତ ଥିଲେ । କିନ୍ତୁ ସେ ଏକ ନାଟକରେ କାମ କରିବା ଅବସରରେ ଅଭିନୟ ପ୍ରତି ଆଗ୍ରହ ବଢିଥିଲା ଏବଂ ଏଇଠୁ ହିଁ ଅଭିନୟକୁ ପେଶା କରିଥିଲେ ।

 ମରାଠୀ ଇଣ୍ଡଷ୍ଟ୍ରୀର ଫ୍ୟାଶନ ଡିଭା ସଈ

ସଈ ପ୍ରଥମ ମରାଠୀ ସିରିୟଲରେ ପଦାର୍ପଣ କରିବା ପରେ ନିଜର ଅଭିନୟ ଯାତ୍ରା ଆରମ୍ଭ କଲେ । ତାଙ୍କର ବଳିଷ୍ଠ ଅଭିନୟକୁ ଦେଖି ଗୋଟିଏ ପରେ ଗୋଟିଏ ଦମଦାର ପ୍ରୋଜେକଫ ମିଳିବାରେ ଲାଗିଲା । କେବଳେ ସେତିକି ନୁହେଁ ସଈ ଏପରି ଜଣେ ମରାଠୀ ଅଭିନେତ୍ରୀ, ଯିଏ ମରାଠୀ ଇଣ୍ଡଷ୍ଟ୍ରୀର ଫ୍ୟାଶନ ଡିଭା ମଧ୍ୟ କୁହାଯାଏ । ଗତ ବର୍ଷ ନେଟଫ୍ଲିକ୍ସରେ ରିଲିଜ୍‌ ହୋଇଥିବା ହିନ୍ଦୀ ଫିଲ୍ମ ‘ମିମି’ରେ ତାଙ୍କ ଅଭିନୟକୁ ସମସ୍ତେ ପସନ୍ଦ କରିଛନ୍ତି ।

Har Ghar Tiranga