ନେଦରଲାଣ୍ଡର : ନେଦରଲାଣ୍ଡର ଜଣେ ଆଥଲେଟ୍ ଦୁନିଆର ସବୁଠୁ ଲମ୍ବା ମହିଳା ବଡି ବିଲ୍ଡର ହେବାର ରେକର୍ଡ ନିଜ ନାମରେ କରିଛନ୍ତି । ମହିଳାଙ୍କ ନାମ ହେଉଛି ମାରିଆ ଭେଟେଲ । ତାଙ୍କର ଉଚ୍ଚତା ୫ ଫୁଟ ଏବଂ ୧୧.୯୨ ଇଞ୍ଚ । ମାରିଆଙ୍କ ନାମ ଗିନିଜ ୱାଲïର୍ ରେକର୍ଡର ଦୁନିଆର ସବୁଠୁ ଲମ୍ବା ମହିଳା ବଡି ବିଲïର ଭାବରେ ବିବେଚିତ ହୋଇଛନ୍ତି । ଭେଟେଲ ୧୯ ବର୍ଷ ବୟସରେ ବଡି ବିଲ୍ଡିଂର କାମ କରିବା ଆରମ୍ଭ କରିଥିଲେ ଏବଂ ମାର୍ଚ୍ଚ ୨୦୦୫ରୁ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଆସୁଛନ୍ତି ।
ମାରିଆଙ୍କ କହିବା ଅନୁଯାୟୀ, ପ୍ରତିଯୋଗିତା ତାଙ୍କର ପାଇଁ ଏକ ଚ୍ୟାଲେଞ୍ଜ୍ ଥିଲା କାରଣ ଆୟୋଜକମାନେ ତାଙ୍କର ଉଚ୍ଚତା ପାଇଁ କେଉଁ ଶ୍ରେଣୀରେ ରଖିବେ ବୋଲି ନିଷ୍ପତ୍ତି ନେଇପାରୁନଥିଲେ । ଗିନିଜ ୱାଲïର୍ ରେକର୍ଡରେ ସ୍ଥାନିତ ହେଲା ପରେ ମାରିଆ କହିଛନ୍ତି ଯେ ଏପରି ପ୍ରତିଯୋଗିତାରେ ଭାଗ ନେବା ପରେ ଅଧିକ ଉଚ୍ଚତା ପାଇଁ ତାଙ୍କୁ କେବେ ବି ବିଚାର କରାଯାଇ ନାହିଁ ।
ସେ ଆହୁରି କହିଛନ୍ତି, ନିଜ ବଡି ବିଲ୍ଡିଂ କ୍ୟାରିଅରରେ ବିଶ୍ୱ ରେକର୍ଡର ଏହା ହେଉଛି ତାଙ୍କ ପାଇଁ ସବୁଠୁ ବଡ ମୁକୁଟ । ଏହାସହ ଗିନିଜ ବିଶ୍ୱ ରେକର୍ଡ ଦ୍ୱାରା ମାନ୍ୟତା ପ୍ରାପ୍ତ ହେବା ଏକ ବଡ଼ ଆଶ୍ଚର୍ଯ୍ୟ ବୋଲି ମାରିଆ କହିଛନ୍ତି । ୪୧ ବର୍ଷୀୟା ମାରିଆଙ୍କୁ ଗିନିଜ ବିଶ୍ୱ ରେକର୍ଡରେ ଆବେଦନ ପାଇଁ ତାଙ୍କର ଜଣେ ବନ୍ଧୁ ପରାମର୍ଶ ଦେଇଥିଲେ । ମାରିଆଙ୍କ ବନ୍ଧୁ ରିକଫର୍ସ ମଧ୍ୟ ଦୁନିଆର ସବୁଠୁ ଲମ୍ବା ପୁରୁଷ ବଡି ବିଲ୍ଡର ଭାବେ ଗିନିଜ ରେକର୍ଡ କରିଛନ୍ତି ।
Comments are closed.