ଜମ୍ମୁ: କଂଗ୍ରେସର ପୂର୍ବତନ ନେତା ତଥା ଭାରତୀୟ ରାଜନୀତିର ଜଣେ ବରିଷ୍ଠ ନେତା ଗୁଲାମ୍ ନବୀ ଆଜାଦ୍ଙ୍କ ପ୍ରତି ସମର୍ଥନ ଜଣାଇ ଆଜି ଜମ୍ମୁ ଓ କଶ୍ମୀରରୁ ୫୧ ଜଣ ନେତା କଂଗ୍ରେସ ଦଳ ଛାଡ଼ିଛନ୍ତି । ଦଳ ଛାଡ଼ି ଥିବା ନେତାଙ୍କ ମଧ୍ୟରୁ ଜମ୍ମୁ ଓ କଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚାନ୍ଦ୍ ମଧ୍ୟ ସାମିଲ ରହିଛନ୍ତି । ସେମାନେ ସମସ୍ତେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ମିଳିତ ଇସ୍ତଫା ପତ୍ର ପଠାଇ ଦେଇଥିବା ସୂଚନା ମିଳିଛି ।
ଏଥିପାଇଁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଯେଉଁଥିରେ ତାରା ଚାନ୍ଦ୍ ଓ ପୂର୍ବତନ ମନ୍ତ୍ରୀ ଅବ୍ଦୁଲ୍ ମଜିଦ୍ ୱାନି, ମନୋହର ଲାଲ୍ ଶର୍ମା, ଘରୁ ରାମ ଏବଂ ପୂର୍ବତନ ବିଧାୟକ ବଲ୍ୱାନ୍ ସିଂହ ଆଦି ନେତାମାନେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା କଥା ପ୍ରକାଶ କରିଥିଲେ ।
ସୂଚନା ଥାଉଯେ, ୭୩ ବର୍ଷିୟ ଗୁଲାମ ନବୀ ଆଜାଦ୍ଙ୍କ ଇସ୍ତଫା ପ୍ରଦାନ ପରେ ଏପର୍ଯ୍ୟନ୍ତ କଂଗ୍ରେସ ଦଳରୁ ୬୪ଜଣ ନେତା ଇସ୍ତଫା ଦେଇ ସାରିଲେଣି । ଗୁଲାମ ନବୀ ଆଜାଦ୍ ଜମ୍ମୁ ଓ କଶ୍ମୀରରୁ ଏକ ଜାତୀୟସ୍ତରୀୟ ଦଳର ଶୁଭାରମ୍ଭ କରିବେ । ଏଥିପାଇଁ ବହୁ ବିଶିଷ୍ଟ କଂଗ୍ରେସ ନେତା ଆଜାଦ୍ଙ୍କ ସହିତ ଯୋଗ ଦେଇ ସାରିଥିବା ସୂଚନା ରହିଛି । ଏହିପରିକି ଜମ୍ମୁ ଓ କଶ୍ମୀର କଂଗ୍ରେସରୁ ଇସ୍ତଫା ଦେଇଥିବା ୫୧ ଜଣ ନେତା ମଧ୍ୟ ଗୁଲାମ ନବୀ ଆଜାଦ୍ଙ୍କ ଦଳରେ ମଧ୍ୟ ସାମିଲ ହେବେ ।
Comments are closed.