ସବୁଜିମା ହରାଉଛି ମଠଖାଇ: ରହିଛି ଇକୋଟୁରିଜମ ପାଇଁ ପର୍ଯ୍ୟାପ୍ତ ସମ୍ଭାବନା

ବଲାଙ୍ଗିର: ସେପ୍‌ଟେମ୍ବର ୧୮: ବଲାଙ୍ଗିର ଏକ ବଣପାହାଡ ଘେରା ଜିଲ୍ଲା ଭାବରେ ପରିଗଣିତ । ସରକାରୀ ତଥ୍ୟରେ ଜିଲ୍ଲାର ପ୍ରାୟ ୧୭ ପ୍ରତିଶତ ଅଞ୍ଚଳରେ ଜଙ୍ଗଲ ତଥା ସବୁଜ ବଳୟ ରହିଛି । ମୁଖ୍ୟତଃ ମଠଖାଇ, ଗନ୍ଧମାର୍ଦ୍ଧନ, ଛତ୍ରଦାଣ୍ଡି, କିରିବାଞ୍ଜୀ, ତିଖାରୀ, ବେନ୍ଦେର, ଚାନ୍ଦଲି, ବର୍ଣ୍ଣେଇ ଇତ୍ୟାଦି ବଡବଡ ଜଙ୍ଗଲ ରହିଛି । ଜିଲ୍ଲାଟି ଗୋଟିଏ ଦିନରେ ଘଞ୍ଚ ଜଙ୍ଗଲ ଓ ବୃକ୍ଷରାଜି ଦ୍ୱାରା ପରିପୂର୍ଣ୍ଣ ହୋଇ ରହିଥିଲା । କାଳକ୍ରମେ ଲୋକଙ୍କ ସଚେତନତାର ଅଭାବ ଓ ସରକାରଙ୍କ ଅଜବନୀତି ଯୋଗୁଁ ଜଙ୍ଗଲ କ୍ଷୟ ହେବାକୁ ବସିଲା । ଜିଲ୍ଲାର ଗନ୍ଧମାର୍ଦ୍ଦନ,ମହଖଣ୍ଡ,ବର୍ଣ୍ଣେଇ ଜଙ୍ଗଲର ଆଜି ବି ନାଁ ରହିଛି । କି;ୁ କାଠମାଫିଆ ଓ ବିଭାଗୀୟ ଅଧିକାରୀମାନଙ୍କ ମଧୂଚନ୍ଦ୍ରୀକା ଯୋଗୁଁ ଗତ ୪୦ ବର୍ଷ ଭିତରେ ଜଙ୍ଗଲ ଧ୍ୱଂସ ହୋଇଯାଇଛି । ବହୁତ ବଡବଡ ଜଙ୍ଗଲ ଶ୍ରୀହୀନ ହୋଇପଡିଛି ।
ସେଥିମଧ୍ୟରୁ ବଲାଙ୍ଗୀର ସହର ନିକଟସ୍ଥ ମଠଖାଇ ଜଙ୍ଗଲ ଅନ୍ୟତମ । ବଲାଙ୍ଗୀର ସହରରୁ ମାତ୍ର ୨କିମି ଦୂରରେ ମଠଖାଇ ରିଜର୍ଭ ଜଙ୍ଗଲ ଅବସ୍ଥିତ । ବଲାଙ୍ଗୀର-ଟିଟିଲାଗଡ ରାସ୍ତାରେ ଗଲେ ବିଜାଖମନ ପୋଲ ପରେ ଠିକ୍‌ ବାମ ପଟକୁ ସୁଉଚ୍ଚ ଓ ସୁଦୀର୍ଘ ମଠଖାଇ ଜଙ୍ଗଲ ଲମ୍ବିଯାଇଛି । ବଲାଙ୍ଗିର ରେଞ୍ଜ ଅଧିନରେ ଥିବା ଏହି ଜଙ୍ଗଲର ପରିସୀମା ୨୮୫୪ ହେକଫର ରହିଛି । ୮ କିମି ଦୈର୍ଘ୍ୟ ଓ ୬କିମି ଓସାର ଥିବା ଏହି ଜଙ୍ଗଲ ଚାରିକଡେ ୮ଟି ଗାଁ ରହିଛି । ସବୁ ଗାଁରେ ଜଙ୍ଗଲ ବିଭାଗ ପକ୍ଷରୁ ବନସଂରକ୍ଷଣ ସମିତି ଗଠନ କରାଯାଇଛି । ହେଲେ ଜଙ୍ଗଲ ସୁରକ୍ଷା ହୋଇପାରୁ ନାହିଁ । କାଠ ଚୋର ମାନେ ପ୍ରତିଦିନ କାଠ ଚୋରୀ କରି ସହରରେ ବିକ୍ରି କରୁଛନ୍ତି । ଫଳରେ ଜଙ୍ଗଲକ୍ଷୟ ହୋଇଚାଲିଛି । ବଲାଙ୍ଗୀର ସହରର ଦକ୍ଷିଣରେ ମଠଖାଇ, ବଣ୍ଡା, କଦଳିମୁଣ୍ଡା,ପଶ୍ଚିମରେ ଖରସେଲ ଇତ୍ୟାଦି ଜଙ୍ଗଲ ରହିଥିବା ବେଳେ ଉତ୍ତର-ପଶ୍ଚିମରେ ଚାନ୍ଦଲି ପାହାଡ ରହିଛି । ସଦାଇପାଲି ନିକଟସ୍ଥ ଚାନ୍ଦଲି ପାହାଡକୁ ଛାଡିଦେଲେ ପ୍ରାୟ ସବୁ ଜଙ୍ଗଲ ଘଂଚ ରହିଥିଲା । କି;ୁ କାଳକ୍ରମେ ଲୋକଙ୍କ ଅପରିଣାମଦର୍ଶି କାର୍ଯ୍ୟ ଯୋଗୁଁ ଜଙ୍ଗଲ କ୍ଷୟ ହୋଇଯାଇଛି । ଜଙ୍ଗଲ ବିଭାଗ ମଧ୍ୟ ଜଙ୍ଗଲକୁ ସୁରକ୍ଷା କରିପାରିଲା ନାହିଁ । ଫଲରେ ପରିବେଶ ସ;ୁଳନ ହରାଉଛି ।
ବଲାଙ୍ଗୀର ସହର ପାଖରେ ପ୍ରାୟ ୩୦ଟି ଗ୍ରାମରେ ବନସଂରକ୍ଷଣ ସମିତି ଗଠନ କରାଯାଇଛି । କି;ୁ ଜଙ୍ଗଲ ସୁରକ୍ଷା ବେଳକୁ କିଛି କାମ ଦେଉନି । ଖରାଦିନେ ଜଙ୍ଗଲରେ ନିଆଁ ଲାଗି ବେଶି ଗଛ ଧ୍ୱଂସ ହେଉଛି । କୁହାଯାଏ ମଠଖାଇ ଓ ଖରସେଲ ଜଙ୍ଗଲରେ ରାଜୁଡା ସମୟରେ ବାଘ ରହୁଥିଲେ । ଏବେ କାଁଭାଁ ଭାଲୁ, ହରିଣ, ବାରହା ଇତ୍ୟାଦି ଜ;ୁ ଛାଡିଦେଲେ ଅନ୍ୟ ବିଶେଷ ବଡଜ;ୁ ନାହାନ୍ତି । ଜଙ୍ଗଲରେ ବଡଗଛ ମଧ୍ୟ ନାହିଁ । କେତେକ ଗାଁରେ ଜଙ୍ଗଲ ସୁରକ୍ଷା କରାଯାଉଥିଲେ ବି ସହରର ଗୁଣ୍ଡାଙ୍କ ଯୋଗୁଁ ତାହା ସଫଲ ହେଉ ନାହିଁ । ମଠଖାଇ ପାଖରେ ଥିବା ଅସୁରଡୁଙ୍ଗୁରିରେ ବ୍ୟାପକ ପଥର ବ୍ଲାଷ୍ଟିଂ ଚାଲିଛି । ଅବଶ୍ୟ ବଲାଙ୍ଗୀରର ଟାଙ୍ଗିଆଜାମ ନାମକ ଏକ ସଂଗଠନ ସଚେତନତା କରାଉଛି । ଜଙ୍ଗଲ ସୁରକ୍ଷା ପାଇଁ ଗାଁ ଗାଁରେ ବୈଠକ କରାଉଛି । ହେଲେ ତାହା ବି ସେତେଟା ପ୍ରଭାବି ହେଉ ନାହିଁ । ମୋଟାମୋଟି ଭାବରେ ଜଙ୍ଗଲଟି ଧ୍ୱଂସ ହେବାକୁ ବସିଛି ।
ଏପଟେ ଜଙ୍ଗଲବିଭାଗ ସିଟି ଗ୍ରିନେରୀ ଯୋଜନାରେ ସହର ଭିତରେ କିଛି ସ୍ଥାନରେ ବୃକ୍ଷରୋପଣ କରିଛି । ଜଙ୍ଗଲ ସୁରକ୍ଷା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟିର ଯଥେଷ୍ଟ ଆବଶ୍ୟକତା ରହିଛି । ବଲାଙ୍ଗୀର ସହରର ତାପମାତ୍ରା ଖରାଦିନରେ ୪୮ ଡିଗ୍ରି ଛୁଇଁଥାଏ । ତେବେ ରାଜ୍ୟର ଜଙ୍ଗଲ ଓ ପରିବେଶ ବିଭାଗ ରାଜ୍ୟର ବିଭିନ୍ନ ଜଙ୍ଗଲକୁ ଇକୋଟୁରିଜମ ସେଣ୍ଟର କରିବାକୁ ଯୋଜନା କରୁଛନ୍ତି । ମଠଖାଇ ଜଙ୍ଗଲ ବଲାଙ୍ଗୀର ସହର ପାଖରେ ରହିଛି । କଦଳିମୁଣ୍ଡା ରିଜର୍ଭଜଙ୍ଗଲକୁ ଏକ ଫରେଷ୍ଟପାର୍କ କରାଯାଇ ମଠଖାଇ ଓ ବୈଷ୍ନୋଦେବୀମନ୍ଦୀର ଥିବା ପାହାଡ ମଧ୍ୟରେ ଏକ ରୋପେୱ କରାଗଲେ ପର୍ଯ୍ୟଟକଙ୍କ ପାଇଁ ଅନେକ ସୁବିଧା ହୁଅନ୍ତା ବୋଲି ଦାବି ହେଉଛି । ଉଭୟ ମଠଖାଇ ପାହାଡର ସାମଗ୍ରୀକ ବିକାଶ ପାଇଁ ତଥା ଇକୋଟୁରିଜମର ପ୍ରସ୍ତାବ ଦିଆଯାଇ ଏକ ସମନ୍ୱିତ ବିକାଶ କରାଗଲେ ବଲାଙ୍ଗୀର ସହରର ଲୋକଙ୍କ ପାଇଁ ତଥା ଜିଲ୍ଲାକୁ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ମନୋରଂଜନ ପାଇଁ ସୁବିଧା ହୋଇପାରନ୍ତା ବୋଲି ଜନସାଧାରଣରେ ମତପ୍ରକାଶ ପାଉଛି ।

Comments are closed.