ପିଲାଙ୍କ ଖାଦ୍ୟ ହଡପ କରୁଛନ୍ତି ଅଙ୍ଗନବାଡି କର୍ମୀ!

ସମୟ ଲାଇଭ2/5(ରାଜ ଗୁପ୍ତା):ରାଜ୍ଯ ସରକାର କରୋନା ପାଇଁ ଲକ୍ ଡାଉନ୍ ସମୟରେ ଅଙ୍ଗନୱାଡି କେନ୍ଦ୍ର ପିଲାମାନଙ୍କୁ ଶୁଖିଲା ଖାଦ୍ୟ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ କହିଛନ୍ତି ।

କିନ୍ତୁ ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ୍ ଅଧିନରେ ଥିବା ଭିମଦା ପଞ୍ଚାୟତ ର ରତନପୁର, ଦାସିପୁର, ଚେଙ୍ଗୁଆ, ମଙ୍ଗଳପୁର ଗ୍ରାମର ଅଙ୍ଗନୱାଡି କର୍ମୀ ଏହି ଛୋଟ ଛୋଟ କୋମଳମତି ଶିଶୁ ଙ୍କ ପାଇଁ ଆସୁଥିବା ଖାଦ୍ଯକୁ ହଡପ୍ କରୁଥିବା ଘଟଣା ଅତି  ନିନ୍ଦନୀୟ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

ତେବେ ମହାମାରି କରୋନା ସମୟରେ ଅନେକ ସ୍ବେଚ୍ଛାସେବୀ ସଂଗଠନ ନିଜ ହାତ ପାଣ୍ଠି ଖର୍ଚ୍ଚ କରି ଗରିବ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ତେବେ ଏଭଳି ଅଙ୍ଗନୱାଡି ପିଲାଙ୍କ ଖାଦ୍ୟ କୁ ହଡପ୍ କରୁଥିବା ଅଙ୍ଗନୱାଡି କର୍ମୀ ଙ୍କ ବିରୁଦ୍ଧରେ ସରକାର କି ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର |

Comments are closed.