ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା

ଭୁବନେଶ୍ୱର: ମାର୍ଚ୍ଚ ୨୨: ଏପ୍ରିଲରୁ ସ୍କୁଲରେ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା । ଏହି ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ। ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ବିଭାଗ ଏମଡିଏମ୍‌ ୟୁନିଟ୍ ନୋଡାଲ ଅଫିସର । କୋଭିଡ ଗାଇଡ୍ ଲାଇନ୍ ସହ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ସଂକ୍ରମଣ ଭୟରେ ସରକାର ଗତ ମାର୍ଚ୍ଚ ୨୦୨୦ରୁ ପ୍ରାୟ ଦୁଇ ବର୍ଷ ଧରି କୋଭିଡ ପାଇଁ ପ୍ରାଥମିକ ସ୍କୁଲଗୁଡ଼ିକରେ ମଧ୍ୟାହ୍ନ ଭୋଜନ ବନ୍ଦ କରିଥିଲେ । ତେବେ ରାଜ୍ୟରେ ଏବେ କରୋନାର ପ୍ରାଦୁର୍ଭାବ କମିବା ପରେ ପିଲାଙ୍କ ପାଇଁ ପୁଣି ସ୍କୁଲରେ ମଧ୍ୟାନ୍ନ ଭୋଜନ୍ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ତେବେ ଏହା ପୂର୍ବରୁ ସ୍କୁଲଗୁଡ଼ିକରେ ଥିବା ରୋଷଶାଳା, ବାସନକୁସନ, ଅନ୍ୟା ସମଗ୍ରୀର ପରିସ୍କାର ପରିଚ୍ଛନ୍ନତାକୁ ଯାଞ୍ଚ୍ କରିବାକୁ ନେଇ ବିଭାଗ ନିର୍ଦ୍ଦେଶ ଦେଇଛି ।

Comments are closed.