ଭୁବନେଶ୍ୱର : ଆଜିଠୁ ନବମ ଓ ଦଶମ ଶ୍ରେଣୀ ପିଲାମାନଙ୍କ ମିଳିବ ମଧ୍ୟାହ୍ନ ଭୋଜନ । ଏହା ସହ ପିଲାମାନଙ୍କର ମାନସିକ ଏବଂ ବୌଦ୍ଧିକ ଚିନ୍ତାର ବିକାଶ ପାଇଁ ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କୁ ଦିଆଯିବ ମାଣ୍ଡିଆରେ ପ୍ରସ୍ତୁତ ଲଡୁ । ପ୍ରତି ସପ୍ତାହରେ ୩ ଦିନ ଲଡୁ ଖାଇବେ ଛାତ୍ରଛାତ୍ରୀ । ଭୋଜନରେ ମଧ୍ୟ ପରିବର୍ତ୍ତନ କରିଛନ୍ତି । ସ୍କୁଲ ପିଲାଙ୍କ ପୋଷଣକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆଜିଠୁ ସ୍କୁଲରେ ପୋଷଣ ଯୁକ୍ତ ଲଡୁ ଦିଆଯିବ । ଓଡ଼ିଶା ଦିବସରେ ଏହାର ଶୁଭାରମ୍ଭ ନେଇ ଘୋଷଣା କରାଯାଇଛି ।
ସରକାର ଛାତ୍ରଛାତ୍ରୀଙ୍କ ପୋଷଣକୁ ଦୃଷ୍ଟିରେ ରଖି ମଧ୍ୟାହ୍ନ ଭୋଜନରେ ପରିବର୍ତ୍ତନ କରିଛନ୍ତି ଇ ଅଣ୍ଡାଠାରୁ ଆରମ୍ଭ ମାଣ୍ଡିଆ , ଗୁଡରେ ପ୍ରସ୍ତୁତ ଲଡୁ ଶିଶୁ ବାଟିକାରୁ ଦଶମ ପର୍ଯ୍ୟନ୍ତ ମାଣ୍ଡିଆ ଲଡୁ ପ୍ରଦାନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।