ବିଜେପିରେ ମିଶିଲେ ମନ୍ତ୍ରୀ ସଞ୍ଜୀବ ସାହୁ

ଭୁବନେଶ୍ୱର: ନଭେ ମ୍ୱର ୧୯: ନିକଟରେ ବିଜେଡ଼ି ଦଳ ଛାଡ଼ିଥିବା ରାଜ୍ୟର ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ଆଜି ବିଜେପିରେ ମିଶିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ମିଶ୍ରଣ କାର୍ଯ୍ୟକ୍ରମରେ ସେ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି । ସେହି ମିଶ୍ରଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଉପସ୍ଥିତ ଥିଲେ ।

ସୂଚନା ଥାଉଯେ, ଗତ ବିଧାନସଭା ନିର୍ବାଚନରେ ବିଜେଡି ସଞ୍ଜୀବଙ୍କୁ ପ୍ରାର୍ଥୀ କରି ନଥିଲା । ତା’ଛଡ଼ା ଲଗାତାର ଦଳରେ ଅଣଦେଖା କରାଯାଉଥିବାରୁ ସେ ଅସ;ୁଷ୍ଟ ରହିଥିଲେ । ସଞ୍ଜୀବ ବୀରମହାରାଜପୁର ଓ ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହା ସହିତ ବିଭିନ୍ନ ସମୟରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା, ବିଜ୍ଞାନ ଓ କାରିଗରୀ , ପଞ୍ଚାୟତରାଜ, ପରିବହନ ଆଦି ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି ।
୨୦୦୩ ମସିହାରେ ବୀରମହାରାଜପୁର ଉପନିର୍ବାଚନରେ ସେ ବିଜେଡି ଟିକେଟ ପାଇ ବିଜୟୀ ହୋଇଥିଲେ । ୨୦୦୪ ନିର୍ବାଚନରେ ମଧ୍ୟ ଏହି ଆସନରୁ ବିଜେଡି ଟିକେଟରେ ଜିତି ସେ ବିଧାନସଭାକୁ ଯାଇଥିଲେ । ୨୦୦୯ ଓ ୨୦୧୪ରେ ଆଠମଲ୍ଲିକ ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ଜିତିଥିଲେ ।

Comments are closed.