ୟୁକ୍ରେନ୍: ମାର୍ଚ୍ଚ ୦୩: ରାଜଧାନୀ କିଭ ଏବଂ ଖାର୍କିଭ ସମେତ ଅନେକ ପ୍ରମୁଖ ସହରକୁ ଟାର୍ଗେଟ୍ କରୁଛି ଋଷ। ତେବେ ଋଷ୍ ବିରୋଧରେ ଲଢିବା ପାଇଁ ୟୁକ୍ରେନ୍ ସରକାର ୧୮ ରୁ ୬୦ ବର୍ଷର ପୁରୁଷମାନଙ୍କୁ ଆହ୍ୱାନ କରିଛନ୍ତି। ଏହି ସ୍ଥିତିରେ ପୂର୍ବତନ ମିସ୍ ୟୁକ୍ରେନ୍ ଆନାସ୍ତାସିଆ ଲେନା ମଧ୍ୟ ହାତରେ ବନ୍ଧୁକ ଧରି ବାହାରିଛନ୍ତି ଲଢିବାକୁ । ଋଷ୍ର ସେନା ଖେରସନଙ୍କୁ କାବୁ କରି ଖାର୍କିଭ ଅଭିମୁଖେ ଦ୍ରୁତ ବେଗରେ ଗତି କରୁଛି। ଆନାସ୍ତାସିଆ ଅନେକ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଋଷ୍ର ଯୁଦ୍ଧ ବିରୁଦ୍ଧରେ ଠିଆ ହୋଇଥିବା ସ୍ପଷ୍ଟ ଦେଖାଯାଉଛନ୍ତି। ଲେନା ଏହି ଫଟୋଗୁଡ଼ିକ ମାଧ୍ୟମରେ ଜଣେଇବାକୁ ଚାହୁଁଛନ୍ତି ଯେ ୟୁକ୍ରେନ୍ର ମହିଳାମାନେ ଖୁବ ଶକ୍ତିଶାଳୀ।ଆନାସ୍ତାସିଆ କ୍ୟାପ୍ସନ୍ରେ ସ୍ପଷ୍ଟ କରିଛନ୍ତି ଯେ ଯିଏ ବି ଦଖଲ କରିବାର ଉଦ୍ଦେଶ୍ୟରେ ୟୁକ୍ରେନ୍ ସୀମାରେ ପ୍ରବେଶ କରିବ, ତାଙ୍କୁ ହତ୍ୟା କରାଯିବ।
Comments are closed.