ମକର ସଂକ୍ରାନ୍ତିରେ ପ୍ରସ୍ତୁତ କରନ୍ତୁ ମିଠା ପଖାଳ

ମିଠା ପଖାଳ ବ୍ୟଞ୍ଜନର ପ୍ରଚଳନ ଆମ ଓଡ଼ିଆ ସଂସ୍କୃତିରେ ବହୁ ପୂର୍ବରୁ ରହିଆସିଛି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମିଠାପଖାଳ ନୈବେଦ୍ୟ ଲାଗି ହୁଏ । ମକର ସଂକ୍ରାନ୍ତିରେ ଏହି ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରତି ଓଡ଼ିଆଙ୍କ ଘରେ ଘରେ କରାଯାଏ । ପାଟି ସ୍ୱାଦ ସହିତ ଶରୀରକୁ ଏହି ବ୍ୟଞ୍ଜନ ପୋଷଣ ଯୋଗାଏ । ପେଟ ଥଣ୍ଡା କରି ବାୟୁ ସମସ୍ୟାକୁ ଦୂର କରେ । ତେବେ ଆସନ୍ତୁ ଜାଣିବା ଓଡ଼ିଶାର ଏହି ପାରମ୍ପରିକ ବ୍ୟଞ୍ଜନ ପ୍ରସ୍ତୁତିର ବିଷୟରେ..

ଆବଶ୍ୟକୀୟ ସାମଗ୍ରୀ:
ଅରୁଆ ଚାଉଳ, ଚିନି, ଭଜା ଜିରା ଗୁଣ୍ଡ, କମଳା ଲେମ୍ବୁ, ଅଙ୍ଗୁର, ଡାଳିମ୍ବ, କତରଭୁଜ, ପଇଡ଼ ପାଣି ଏବଂ ନଡ଼ିଆ କୋରା

ପ୍ରସ୍ତୁତି:
ପ୍ରଥମେ ଅରୁଆ ଭାତ କଲା ଭଳି ହାଣ୍ଡିରେ ପାଣିକୁ ଗରମ କରି ଚାଉଳକୁ ଧୋଇ ପକାନ୍ତୁ । ଭାତ ପ୍ରସ୍ତୁତି ହୋଇଗଲେ, ତାହାକୁ ପଖାଳ କରନ୍ତୁ । କିନ୍ତୁ ମନେ ରଖିବେ ଯେ, ପଖାଳର ତେରାଣୀ ଯେପରି ଅଳ୍ପ ରହିବ । ଏହାପରେ ସେଥିରେ ଚିନି ଏବଂ ଜିରା ପକାଇ କିଛି ସମୟ ଛାଡ଼ି ଦିଅନ୍ତୁ । ପ୍ରାୟ ୩୦ ମିନିଟ ପରେ ଚିନି ମିଶା ପଖାଳକୁ ହାତରେ ଅଳ୍ପ ଚକଡ଼ି ସେଥିରେ ପଇଡ଼ ପାଣି ମିଶାନ୍ତୁ । ଏହାପରେ ତରଭୁଜ, କମଳା ଲେମ୍ବୁ, ଡାଲିମ୍ବ ଓ ଅଙ୍ଗର ଛଡ଼ାଇ ପଖାଳରେ ପକାଇ ଗୋଳନ୍ତୁ । ଶେଷରେ ନଡ଼ିଆ କୋରା ଦେଇ ଭଗବାନଙ୍କ ସମ୍ମୁଖରେ ଭୋଗ କରନ୍ତୁ । ଆପଣ ଚାହିଁଲେ ମିଠା ପଖାଳରେ ସେଓ ଏବଂ ଅନ୍ୟାନ୍ୟ ମନପସନ୍ଦର ଫଳ ପକାଇ ପାରିପେ ।

Har Ghar Tiranga