ଝାରସୁଗୁଡା: ଝାରସୁଗୁଡା ବିଧାନସଭା ନିର୍ବାଚନୀ ଅନିୟମିତତା ମାମଲା। ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ହାଇକୋର୍ଟ ଝଟକା। ଟଙ୍କଧରଙ୍କ ଆବେଦନ କୁ ଖାରଜ କଲେ ହାଇକୋର୍ଟ । ତାଙ୍କ ବିରୋଧରେ ଚାଲିବ ମାମଲା । ବିନା ଶୁଣାଣିରେ ମାମଲା ଖାରଜ କରିବାକୁ ଟଙ୍କଧରଙ୍କ ଆବେଦନ ହାଇକୋର୍ଟ ଖାରଜ କରିଛନ୍ତି । ଟଙ୍କଧରଙ୍କ ବିରୋଧରେ ଅପରାଧିକ ରେକର୍ଡ ମାଗିଲେ ହାଇକୋର୍ଟ ।
ଟଙ୍କଧରଙ୍କ ବିରୋଧରେ ଅପରାଧୀକ ମାମଲା ସମ୍ପର୍କରେ ତଥ୍ୟ ନେଇ ସତ୍ୟପାଠ ଦାଖଲ କରିବାକୁ ଦୀପାଳି ଦାସଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଏପ୍ରିଲ ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ସୂଚନାନୁସାରେ,ଝାରସୁଗୁଡା ବିଧାନସଭା ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣି ଟଙ୍କଧରଙ୍କ ସଭ୍ୟପଦ ରଦ୍ଦ ପାଇଁ ଆବେଦନ କରିଥିଲେ ଦୀପାଳି । ଏହା ପରେ ମାମଲା ଖାରଜ ପାଇଁ ଆବେଦନ କରିଥିଲେ ଟଙ୍କଧର ।