କିମ୍ବଦନ୍ତୀ ଗାୟିକା ଲତାଙ୍କ ସମ୍ମାନର୍ଥେ ଡାକ ଟିକଟ

ଦିଲ୍ଲୀ: ଫେବୃଆରୀ ୦୮: କିମ୍ବଦନ୍ତୀ ଗାୟିକା ଳତା ମଙ୍ଗେସକରଙ୍କ ସମ୍ମାନର୍ଥେ କେନ୍ଦ୍ର ସରକାର ଏକ ଡାକ ଟିକଟ ପ୍ରକାଶ କରିବେ ବୋଲି ରେଳ, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଏହା ଏକ ସ୍ମାରକୀ ଟିକଟ ହେବ । ଉକ୍ତ ଟିକଟ କେବଳ ଫିଲାଟେଲିକ୍‌ ବୁ୍ୟରୋ ବା କାଉଣ୍ଟରରେ ଏବଂ ଫିଲାଟେଲିକ ଡିପୋଜିଟ୍‌ ଆକାଉ ସ୍କିମ୍‌ରେ ଉପଲବ୍ଧ ହେବ । ତେବେ ସୀମିତ ସଂଖ୍ୟାରେ ଏହି ଟିକଟ ଛପା ଯିବ ବୋଲି ସୂଚନା ମିଳିଛି ।

କିମ୍ବଦନ୍ତୀ ଗାୟିକା ଲତାଙ୍କ ସମ୍ମାନର୍ଥେ ଡାକ ଟିକଟ
ଭାରତ ରତ୍ନ ସମ୍ମାନ ପ୍ରାପ୍ତ ଲତାଙ୍କ ବିୟୋଗରେ ସମଗ୍ର ଭାରତବାସୀ ଶୋକ ପ୍ରକାଶ କରିଥିଲା । କେନ୍ଦ୍ର ସରକାର ତାଙ୍କ ବିୟୋଗରେ ଦୁଇ ଦିନିଆ ଜାତୀୟ ଶୋକ ଘୋଷଣା ମଧ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲତାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ପରିବାର ସହିତ କଥା ହେବା ସହ ସମବେଦନା ଜଣାଇଥିଲେ । ସେ କହିଥିଲେ-ଆଗାମୀ ପିଢ଼ିମାନେ ତାଙ୍କୁ ଭାରତୀୟ ସଂସ୍କୃତିର ଏକ କିମ୍ବଦନ୍ତୀ ଭାବରେ ମନେ ରଖିବେ, ଯାହାଙ୍କର ସୁମଧୁର ସ୍ୱର ଲୋକମାନଙ୍କୁ ଅଭିଭୂତ କରିବାରେ ଏକ ଅପୂର୍ବ ଦକ୍ଷତା ରଖିଥିଲା ।

Comments are closed.