ମୋଦିଙ୍କ ମା ହୀରାବେନଙ୍କ ୧୦୦ତମ ଜନ୍ମଦିନ

ଗାନ୍ଧୀନଗର: ଜୁନ ୧୮: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନଙ୍କ ଜନ୍ମଦିନ । ଆଜି ସେ ତାଙ୍କ ଶହେତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦି ଗାନ୍ଧୀନଗର ଯାଇ ମାଆଙ୍କ ପାଦ ଧୋଇବା ସହ ତାଙ୍କର ଆଶୀର୍ବାଦ ନେଇଥିବାର ଦେଖିବାକୁ ମିଳିଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ପୁରା ଭାବବିହ୍ୱଳ ହୋଇ ପଡିଥିଲେ । ପ୍ରଧାନମନ୍ତ୍ରୀଙ୍କ ମାଆଙ୍କ ନାଁରେ ଗାନ୍ଧୀନଗରର ୮୦ ମିଟର ରାସ୍ତାକୁ ପୂଜ୍ୟ ହୀରାବେନ୍‌ ମାର୍ଗ ନାଁରେ ନାମିତ କରିଛନ୍ତି ସ୍ଥାନୀୟ ମେୟର । ମୋଦି ମାଆଙ୍କ ଜନ୍ମଦିନରେ କହିଛନ୍ତି ଯେ ଗତ ସପ୍ତାହରେ, ମୋ ଭଣଜା ଗାନ୍ଧୀନଗରରୁ ମାଙ୍କ କିଛି ଭିଡିଓ ସେୟାର କରିଥିଲେ । ଏହାପରେ ଘର ପାଖର କିଛି ଯୁବକ ଆମ ଘରକୁ ଆସିଥିଲେ, ଘରେ ରଖାଯାଇଥିବା ମୋ ବାପାଙ୍କ ଫଟୋକୁ ଚେୟାରରେ ରଖି ସେଠାରେ ଭଜନ କୀର୍ତ୍ତନ କରିଥିଲେ । ସେହି ସମୟରେ ମାଆ ଭଜନ ଗୀତରେ ମଗ୍ନ ରହିଥିଲେ । ବୟସର ଅପରାହ@ରେ ମାଆ ପହଞ୍ଚିଥିଲେ ବି ସେ ପୂର୍ବପରି ମାନସିକ ସ୍ତରରେ ସଜାଗ ରହିଛନ୍ତି । ଏହା ଦେଖି ମୁଁ ବହୁତ ଖୁସି ।

Comments are closed.