ଆଜିଠୁ ଆରମ୍ଭ ହେଲା ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଜୁଲାଇ ୦୨: ଆଜିଠାରୁ ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ । ବିଧାନସଭା ଗୃହରେ ପ୍ରବେଶ କରିବା ପୂର୍ବରୁ ମନ୍ତ୍ରୀ, ବିଧାୟକ, ସୁରକ୍ଷାକର୍ମୀ ଓ ବିଧାନସଭାର ଅନ୍ୟାନ୍ୟ କର୍ମଚାରୀମାନଙ୍କର କରୋନା ପରୀକ୍ଷା କରାଯାଇଥିଲା । ଅଧିବେଶନ ଆରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱଗତ ପୂର୍ବତନ ବାଲିଗୁଡ଼ା ବିଧାୟକ ସୁରେନ୍ଦ୍ର କହଁରଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲ, ଯାହାକୁ ବିରୋଧୀ ଦଳ ସମର୍ଥନ କରି ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ।

ଏହାପରେ ନବନିର୍ବାଚିତ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହ ପରିଚାଳନା ଆରମ୍ଭ କରିଥିଲେ । ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ ହେବ ବୋଲି ସୂଚନା ମିଳିଛି ।

ସୂଚନା ଥାଉଯେ, ବିଧାନସଭାର ମୌସୁମୀ ଅଧିବେଶନ ଜୁଲାଇ ୨ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଅଧିବେଶନରେ ୨୪ଟି କାର୍ଯ୍ୟ ଦିବସ ରହିଛି । ଏହାସହିତ ଚଳିତ ବିଧାନସଭାର ଅଧିବେଶନର କାର୍ଯ୍ୟ ସମୟକୁ ଘଣ୍ଟାଏ ବୃଦ୍ଧି କରାଯାଇଛି । କରୋନା ପାଇଁ ପୂର୍ବରୁ ୫ଘଣ୍ଟା ଧରି ଅଧିବୋନ ଗୃହ ଚାଲୁଥିବା ବେଳେ ଏବେ ପ୍ରତ୍ୟେକ ଦିନ ୬ଘଣ୍ଟା ଗୃହ ଚାଲିବ । ସକାଳ ୧୦.୩୦ ସମୟରୁ ଆରମ୍ଭ ହୋଇ ଅପରାହ୍ନ ୧.୩୦ ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କାର୍ଯ୍ୟ ଚାଲିବ ।

Comments are closed.