ପଞ୍ଜାବ: ମଇ ୩୦: ପଞ୍ଜାବର ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମନସା ଜିଲ୍ଲା ଜବାହାରକେ ଗାଁ ନିକଟରେ ମୋସେୱାଲାଙ୍କ ଉପରକୁ ଗୁଳି କରାଯାଇଛି । ଗୁଳିମାଡ଼ ପରେ ମୁସେୱାଲାଙ୍କୁ ଗୁରୁତର ଅବସ୍ଥାରେ ମନସାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଜୀବନ ଯାଇଛି । ଏହି ଘଟଣାରେ ସିଦ୍ଧୁ ମୁସେୱାଲାଙ୍କ ସହ ଥିବା ଅନ୍ୟ ଦୁଇଜଣ ଆହତ ହୋଇଥିବା କୁହାଯାଉଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସିଦ୍ଧୁଙ୍କ ସହ ୪୨୪ ଜଣଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିବାର ଗୋଟିଏ ଦିନ ପରେ ଏହି ଘଟଣା ଘଟିଛି । ସିଦ୍ଧୁ ମୁସେୱାଲାଙ୍କୁ ଗ୍ୟାଙ୍ଗଷ୍ଟରଙ୍କ ଠାରୁ ଧମକ ମିଳିଥିଲା ବୋଲି କୁହାଯାଇଛି । ଏହା ସେ‰ପଞ୍ଜାବ ସରକାର ଆମ୍ ଆଦମୀ ପାର୍ଟି ସରକାର ଏକ ଦିନ ପୂର୍ବରୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦର୍ଶାଇ ମୋସେୱାଲାଙ୍କ ସମେତ ୪୨୪ ଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର କରି ନେଇଥିଲେ । ମୁସେୱାଲା କଂଗ୍ରେସ ଟିକେଟରେ ଆମ୍ ଆଦମୀ ପାର୍ଟିର ବିଜୟ ସିଙ୍ଗଲାଙ୍କ ବିରୋଧରେ ପଞ୍ଜାବ ବିଧାନସଭା ର୍ନିବାଚନରେ ମଧ୍ୟ ପ୍ରତିଦ୍ୱନ୍ଦିତା କରିଥିଲେ । ତେବେ ଘଟଣାରେ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ବିଜେପି ନେତା ମନଜିନ୍ଦର ସିଂ ସିରସା ପଞ୍ଜାବ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଭିଡିଓ ଜାରି କରି କହିଛନ୍ତି ଯେ ପଞ୍ଜାବରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଅନିୟନ୍ତ୍ରିତ ହୋଇସାଛି । ଏହା ପରେ ମଧ୍ୟ ପଞ୍ଜାବୀ ଗାୟକଙ୍କ ସୁରକ୍ଷା ହଟାଇ ଦିଆଯାଇଥିଲା । ମୁସେୱାଲା ପଞ୍ଜାବର ଗର୍ବ ବାଇଥିଲେ, କି;ୁ ସେ ଅରବିନ୍ଦ କେଜ୍ରିୱାଲ ଏବଂ ଭଗବନ୍ତ ମାନଙ୍କର ରାଜନୀତିର ଶିକାର ହୋଇଗଲେ ।
Comments are closed.