ଦୁନିଆରେ ଅନେକ ଅଜବ ଉଦ୍ଭାବନ ବା ଉପାୟ ରହିଛି ଯାହାକୁ ବିଶ୍ୱାସ କରିବା କଷ୍ଟକର ହୋଇଥାଏ । ଏହି ସାମଗ୍ରୀ ଗୁଡିକ ବେଳେବେଳେ କେବଳ ଏହାକୁ ପ୍ରସ୍ତୁତ କରିଥିବା ଲୋକଙ୍କ ପାଇଁ ହିଁ ବ୍ୟବହାର ଯୋଗ୍ୟ ହୋଇଥାଏ । ବିଭିନ୍ନ ସମୟରେ ଏହି ଅଜବ ଉପାୟ ଅନେକଙ୍କୁ ଦ୍ୱନ୍ଦରେ ମଧ୍ୟ ପକାଇଥାଏ ।
ମିଲ୍କ କ୍ଲୋଥିଂ –
ସାମଗ୍ରୀର ନାଁ ହିଁ ସମସ୍ତଙ୍କୁ ଦ୍ୱନ୍ଦରେ ପକାଇବ । କ୍ଷୀରରୁ କିଭଳି ପୋଷାକ ପ୍ରସ୍ତୁତ ହୋଇପାରିବ ? ହେଲେ ଜର୍ମାନର ଡିଜାଇନର୍ ଆଙ୍କେ ଡୋମାସ୍କେ ଏହାକୁ ସତ କରି ଦେଖାଇଛନ୍ତି । ସେ ଏକ ଫାବ୍ରିକ୍ ପ୍ରସ୍ତୁତ କରିଛନ୍ତି ଯାହାର ନାଁ ରହିଛି ‘କୁ୍ୟମିଲ୍ଚ୍’ । ଏହି ଫାବ୍ରିକ୍କୁ ମିଲ୍କ ବା କ୍ଷୀର ପ୍ରୋଟିନ୍ରୁ ପ୍ରସ୍ତୁତ କରାଯାଇଛି । ଡିଜାଇନର୍ ସହଜ ସହିତ ପରିବେଶ ଉପଯୋଗୀ ପ୍ରଣାଳୀ ବ୍ୟବହାର କରି ଏହି ଫାବ୍ରିକ୍ର ନିର୍ମାଣ କରିଛନ୍ତି । ଏହି ପ୍ରଣାଳୀରେ ସେ କ୍ଷୀରରୁ ଫାଇବର ବାହାର କରି କାର୍ଯ୍ୟରେ ଲଗାଇଛନ୍ତି । ତେବେ ଏହାକୁ କେତେକ ପସନ୍ଦ କରିଥିବା ବେଳେ କେତେକ ନା ପସନ୍ଦ ମଧ୍ୟ କରିଛନ୍ତି ।
ସେଲ୍ଫି ଟୋଷ୍ଟର –
ଆଜିକାଲି ସେଲ୍ଫି ଏକ ଟ୍ରେଣ୍ଡ୍ରେ ପରିଣତ ହୋଇଛି । ତେବେ ଏକ ସେଲ୍ଫି ଟୋଷ୍ଟର କଥା କେହି କେବେ ଭାବି ନଥିବେ । ହେଲେ ଏଭଳି ମଧ୍ୟ ସାମଗ୍ରୀ ରହିଛି । ଆମେରିକାର ‘ଭରମୋଣ୍ଟ୍ ନୋଭେଲିଟି ଟୋଷ୍ଟ’ର କର୍ପୋରେସନ୍ ପକ୍ଷରୁ ଏଭଳି ଅଜବ ଟୋଷ୍ଟରର ନିର୍ମାଣ କରାଯାଇଥିଲା । ଏହି ଟୋଷ୍ଟରରେ ବ୍ରେଡ୍ ଟୋଷ୍ଟ ହେବା ସମୟରେ ବ୍ୟକ୍ତିଙ୍କର ଫଟୋକୁ ବ୍ରେଡ୍ ଉପରେ ଛାପିଥାଏ । ଏହାର ଦାମ ୭୫ ଡଲାର ରହିଥିବାବେଳେ ଏହା ନିର୍ମାଣ ସମୟରେ ବେଶ୍ ଭାଇରାଲ ହୋଇଥିଲା । ଟୋଷ୍ଟରଟି ଏକ ନିଆରା ଶୈଳୀରେ ନିର୍ମାଣ ହୋଇଥିବାରୁ ଲୋକ ଏହାକୁ ବେଶ୍ ପସନ୍ଦ କରିଥିଲେ ।
ବ୍ରିଦେବୁଲ୍ ଚକୋଲେଟ୍ –
ସର୍ବଦା ଯେଉଁମାନଙ୍କର ମଧୁମେହ ରୋଗ ଥାଏ କିମ୍ବା ଯେଉଁମାନେ ଡାଏଟିଂ କରୁ ଥାଆନ୍ତି, ସେମାନଙ୍କ ପାଇଁ ଚକୋଲେଟ୍ ଖାଇବା ମନା ହୋଇଥାଏ । ହେଲେ ସେମାନଙ୍କର ଚକୋଲେଟ୍ ଖାଇବାର ଇଚ୍ଛାକୁ ପୂରଣ କରିବା ପାଇଁ ହାଭାର୍ଡର ବାଇମେଡିକାଲ ଇଞ୍ଜିନିୟର ଡାଭିଡ୍ ଏଡୱାର୍ଡସ୍ ଓ ତାଙ୍କ ଦଳ ମିଶି ଏକ ଉପାୟ ବାହାର କରିଥିଲେ । ସେମାନେ ଏକ ‘ବ୍ରିଦେବୁଲ୍ ଚକୋଲେଟ୍’ର ନିର୍ମାଣ କରିଥିଲେ । ଏହି ଚକୋଲେଟ୍ରେ ସ୍ୱାଦ ଅନ୍ୟ ଚକୋଲେଟ୍ ଭଳି ହେଲେ ଏଥିରେ କ୍ୟାଲୋରିର ପରିମାଣ ଖୁବ୍ କମ । ଏହାକୁ ଖାଉଥିବା ବ୍ୟକ୍ତି ମାତ୍ର କେତେ ମିଲିଗ୍ରାମର କୋକୋ ଖାଇଥାଆନ୍ତି, ଯାହା ତାଙ୍କ ଇଚ୍ଛାକୁ ପୂରଣ କରିବା ସହିତ ସ୍ୱାସ୍ଥ୍ୟର ମଧ୍ୟ ଧ୍ୟାନ ରଖିଥାଏ ।
ପିଙ୍ଗପଙ୍ଗ ଡୋର୍ –
ବିଭିନ୍ନ ସମୟରେ ଘରେ ଖାଲି ସ୍ଥାନ ପାଇଁ ସମସ୍ୟା ହୋଇଥାଏ । ଲୋକଙ୍କ ପାଖରେ କବାଟ ଝରକା ତିଆରି କରିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ନଥାଏ । ତେବେ ଏକ ଜର୍ମାନ କମ୍ପାନୀ ଏହି ସମସ୍ୟାର କେତେକାଂଶରେ ସମାଧାନ କାଢିଛି । ଏହି କମ୍ପାନୀ ପ୍ରସ୍ତୁତ କରିଛି ପିଙ୍ଗପଙ୍ଗ ଡୋର୍ । ଏହି ଡୋର୍ଟିକୁ ଏକ ଛୋଟିଆ ଫ୍ଲିପ୍ରେ ଏକ ଟେବୁଲରେ ପରିଣତ କରିହେବ । ଏହି ଡୋର ନିର୍ମାଣ କରିବାକୁ ହେଲେ କମ୍ପାନୀକୁ ଆଗରୁ ବରାଦ ଦେବାକୁ ହୋଇଥାଏ, ଏହାକୁ କମ୍ପାନୀ ମାତ୍ର ୮ସପ୍ତାହ ମଧ୍ୟରେ ନିର୍ମାଣ କରି ଗ୍ରାହକଙ୍କୁ ଯୋଗାଇଥାଏ ।
ଡଗ୍ବ୍ରେଲା –
ସାଧାରଣତଃ ବର୍ଷା ସମୟରେ ପୋଷା ପଶୁଙ୍କୁ ଘରେ ରଖାଯାଇଥାଏ । ହେଲେ ଏଭଳି ଏକ ଛତା ରହିଛି ଯାହାକୁ ଆପଣ କୁକୁରର କଲାରରେ ବାନ୍ଧି ପାରିବେ । ଏହି ଛତାଟି କୁକୁରକୁ ବର୍ଷାକୁ ରକ୍ଷା କରିବା ସହିତ ବ୍ୟବହାର ପାଇଁ ମଧ୍ୟ ସହଜ । ଏହି ଛତାଟିର କ୍ରେଜ ଆନିମଲ୍ ଲଭରଙ୍କ ମଧ୍ୟରେ ଢେର ଅଧିକା ।
Comments are closed.