ମାଛ ମାରିବାକୁ ଯାଇ ୨ ଶିଶୁଙ୍କ ସହ ମା’ ମୃତ,ବାପା ଗୁରୁତର

0

ଦେବଗଡ଼ : ମାଛ ମାରିବା ହେଲା କାଳ । ଡଙ୍ଗା ବୁଡ଼ି ୨ ଛୁଆଙ୍କ ସହ ମା’ଙ୍କର ମୃତ୍ୟୁ ଘଟିଥିବାବେଳେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ବାପା । ଆଜି ସକାଳେ ଦେବଗଡ଼ ଜିଲ୍ଲା ରେଙ୍ଗାଳି କୁଣ୍ଢେଇଗୋଳା ଥାନା ତଲେଇସର ଡ୍ୟାମରେ ଘଟିଛି ଏହି ଅଘଟଣ । ଗୁରୁତର ଅବସ୍ଥାରେ ବାପାଙ୍କୁ ଉଦ୍ଧାର କରାଯାଇ ରେଙ୍ଗାଳି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାପା, ମା’୨ ପିଲାଙ୍କୁ ଧରି ମାଛ ମାରିବାକୁ ଯାଇଥିଲେ । ମୃତ ଶିଶୁଙ୍କ ମଧ୍ୟରୁ ଜଣଙ୍କ ବୟସ ୬ ବର୍ଷ ହୋଇଥିବାବେଳେ ଅନୃ ଜଣଙ୍କ ବୟସ ୩ ବର୍ଷ ବୋଲି ଜଣାପଡ଼ିଛି ।

ସୂଚନାନୁସାରେ, ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଖିଲେଇ ଗ୍ରାମ ପଞ୍ଚାୟତ ମୂଷାକାନୀ ଗାଁର ବୁଲୁ ପେଣ୍ଠେଇ ଏବଂ ସ୍ତ୍ରୀ ଜ୍ୟୋସ୍ନା ପେଣ୍ଠେଇ ୨ ପିଲାଙ୍କ ସହ ରେଙ୍ଗାଳି ଡ୍ୟାମ୍‌ର ଲିଙ୍ଗା ହୁଳି ନାମକ ଏକ ଟାପୁକୁ ଡଙ୍ଗା ନେଇ ମାଛ ମାରିବାକୁ ଯାଇଥିଲେ । ଏହି ସମୟରେ ହଠାତ୍‌ ଡଙ୍ଗାଟି ବୁଡି ଯାଇଥିଲା । ଯେଉଁଥିରେ ବୁଲୁ ପେଣ୍ଠେଇଙ୍କ ସ୍ତ୍ରୀ ଜ୍ୟୋସ୍ନା ପେଣ୍ଠେଇ ପଡିଯାଇଥିଲେ । ଏହାପରେ ଦୁଇ ଶିଶୁ ମଧ୍ୟ ପାଣିରେ ବୁଡିଯାଇଥିଲେ । ତେବେ ପୁରା ପରିବାର ପାଣିରେ ବୁଡ଼ି ଥିବାର ଖବର ପାଇ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ହେଲେ ସେତେବେଳକୁ ହୋଇଯାଇଥିଲା ବିଳମ୍ବ । ପାଣିରେ ବୁଡି ଦୁଇ ଶିଶୁ ଓ ମାଆଙ୍କ ମୃତ୍ୟୁ ହୋଇଥିବା ବାପାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଯାହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.