ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କର ଶ୍ରୀନାଥ ଜୀ ମନ୍ଦିରରେ ସରିଲା ନିର୍ବନ୍ଧ

ମୁମ୍ବାଇ : ଅମ୍ବାନୀ ପରିବାର ପୁଣି ଥରେ ଉତ୍ସବ ମୁଖରିତ ହେବାକୁ ଯାଉଛି I ପ୍ରସିଦ୍ଧ ବିଜନେସ୍‌ ଟାଇକୁନ୍‌ ମୁକେଶ ଓ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କର ଶ୍ରୀନାଥଜୀ ମନ୍ଦିରରେ ନିର୍ବନ୍ଧ ଶେଷ ହୋଇଛି । ଦୁହେଁ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି I ବର୍ତ୍ତମାନ ଖୁବ୍ ଶୀଘ୍ର ଅମ୍ବାନୀ ପରିବାରର ସାନ ବୋହୂ ହେବେ ରାଧିକା I ଅନନ୍ତ ଏବଂ ରାଧିକା ଅଟକିବା ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ନିର୍ଦ୍ଦେଶକ ପାରମଲ ନାଥୱାନି ଟ୍ୱିଟ୍ କରି ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏହି ନିର୍ବନ୍ଧ ଉତ୍ସବ ରାଜସ୍ଥାନର ରାଜସମାନ୍ ଜିଲ୍ଲାର ନାଥୱାରା ଠାରେ ଥିବା ଶ୍ରୀନଥଜୀ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା I ଉଭୟଙ୍କ ନିର୍ବନ୍ଧ ର ପ୍ରଥମ ଫୋଟୋ ସାମ୍ନାକୁ ଆସିଛି I ତେବେ ଅନନ୍ତ ଏବଂ ରାଧିକା କେବେ ବିବାହ କରିବେ ସେ ସମ୍ପର୍କରେ କୌଣସି ନିର୍ଦିଷ୍ଟ ସୂଚନା ମିଳି ନାହିଁ।

ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ପିଲାଦିନରୁ ପରସ୍ପରକୁ ଜାଣିଛନ୍ତି। ୨୦୧୮ ମସିହାରେ, ଉଭୟଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା I ଏହି ଫୋଟରେ ଉଭୟେ ସବୁଜ ରଙ୍ଗ ପୋଷାକ ପିନ୍ଧିଥିବାର ଦେଖାଯାଇଥିଲା I

ରାଧିକା, ଭିରେନ ମର୍ଚାଣ୍ଟ ଓ ଶୈଲା ମର୍ଚାଣ୍ଟଙ୍କର ଝିଅ। ଭିରେନ୍‌ ଏନକୋର୍‌ ହେଲ୍‌ଥକେୟାରର ସିଇଓ। ସେ ଭାରତର ଧନୀ ଶ୍ରେଣୀରେ ଗଣାଯାଇ ଥାଆନ୍ତି। ରାଧିକା ନିଜର ସ୍କୁଲ ପାଠପଢ଼ା ମୁମ୍ବାଇରେ ଶେଷ କରିବା ପରେ ହାୟର୍‌ ଷ୍ଟଡି ପାଇଁ ନ୍ୟୁୟର୍କ ଯାଇଥିଲେ। ସେଠାରେ ସେ ରାଜନୀତି ବିଜ୍ଞାନ ଏବଂ ଅର୍ଥନୀତିରେ ଅଧ୍ୟୟନ କରିଥିଲେ। ସ୍ନାତକ ପୂରା କରିବା ପରେ ୨୦୧୭ରେ ଇସ୍‌ପ୍ରାଭା ଟିମ୍‌ରେ ଜଣେ ସେଲ୍ସ ଏକ୍ସିକ୍ୟୁଟିଭ ରୂପେ ଜଏନ୍‌ କରିଥିଲେ। ରାଧିକାଙ୍କୁ ରିଡିଙ୍ଗ୍‌, ଟ୍ରାକିଙ୍ଗ୍‌ ଏବଂ ସ୍ୱିମିଙ୍ଗ୍‌ କରିବା ପସନ୍ଦ। ଏଥି ସହିତ ସେ ଜଣେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଭାବେ ଜଣାଶୁଣା।

ସପ୍ତାହେ ପୂର୍ବରୁ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଯମଜ ସନ୍ତାନଙ୍କ ମା’ହୋଇ ଅମ୍ବାନୀ ପରିବାରକୁ ଖୁସି ଆଣିଥିବା ବେଳେ ଅନନ୍ତ ଆଣିଛନ୍ତି ଦ୍ଵିତୀୟ ଖୁସି I ୧୦ ଏପ୍ରିଲ ୧୯୯୫ ରେ ଜନ୍ମ ହୋଇଥିବା ଅନନ୍ତ ଅମ୍ବାନୀ ବର୍ତ୍ତମାନ ରିଲାଏନ୍ସ ନ୍ୟୁ ଏନର୍ଜି ବିଜିନେସ ପରିଚାଳନା ଦାୟିତ୍ୱ ରେ ରହିବା ସହିତ ରିଲାଏନ୍ସ 02 ସି ଏବଂ ରିଲାଏନ୍ସ ନ୍ୟୁ ସୋଲାର ଏନର୍ଜିର ନିର୍ଦ୍ଦେଶକ ରହିଛନ୍ତି I

Comments are closed.