କାର୍ଯ୍ୟକାଳ ସରିବା ପୂର୍ବରୁ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ

ଦିଲ୍ଲୀ: ଜୁଲାଇ ୦୭: ଆସନ୍ତା କାଲି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକଭିଙ୍କ ରାଜ୍ୟସଭାରୁ କାର୍ଯ୍ୟକାଳ ଶେଷ ହେଉଛି । ତେବେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ମନ୍ତ୍ରୀ ଇସ୍ତଫା ପ୍ରଦାନ କରିଛନ୍ତି ବୋଲି ଏଏନ୍‌ଆଇଠାରୁ ସୂଚନା ମିଳିଛି । ସେଥିପାଇଁ ସେ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନzାଙ୍କୁ ସାକ୍ଷାତ ମଧ୍ୟ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରରେ ଥିବା ରାଜନାଥ ସିଂ ଓ ମୁକ୍ତାର ଆବାସ ନକଭି ଦୁଇ ମନ୍ତ୍ରୀ ଥିଲେ , ଯିଏକି ବିଜେପି ନେତୃତ୍ୱାଧୀନ ଅଟଳ ବିହାରୀ ବାଜପେୟୀ ସରକାରରେ ମଧ୍ୟ ଥିଲେ ।

ଏକ ସୂତ୍ର ଅନୁସାରେ ସେ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିଜ ନାମ ଦାଖଲ କରିପାରନ୍ତି । ଅଗଷ୍ଟ ୧୦ରେ ଉପରାଷ୍ଟ୍ରପତି ଏମ୍‌ ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ସରୁଛି । ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ ଜୁଲାଇ ୧୯ ରହିଛି । ସେହିପରି ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ ହେବ ।

Comments are closed.