ମସକ୍ୟୁଲୋସ୍କେଲିଟାଲ୍‌ କଣ୍ଡିସନ୍‌

0

ମସକ୍ୟୁଲୋସ୍କେଲିଟାଲ୍‌ କଣ୍ଡିସନ୍‌ ବା ମାଂସପେଶୀ ଅବସ୍ଥା ଏଭଳି ଏକ ସମସ୍ୟା ଯେଉଁଥିରେ ମାଂସପେଶୀ, ହାଡ଼ଗଣ୍ଠି ସହିତ ସମ୍ପୂର୍ଣ୍ଣ ମସକ୍ୟୁଲୋସ୍କେଲିଟାଲ୍‌ ସିଷ୍ଟମ୍‌ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହାଦ୍ୱାରା ଚାଲିବା, ଦୌଡ଼ିବା ଆଦିରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦିଏ ଏବଂ ଶରୀରର ବିଭିନ୍ନ ଢାଞ୍ଚାରେ ପରିବର୍ତ୍ତନ ମଧ୍ୟ ଘଟିଥାଏ । ବିଶ୍ୱରେ ପ୍ରାୟ ୧.୭୧ ବିଲିଅନ୍‌ ଲୋକ ଏହି ରୋଗରେ ପୀଡ଼ିତ ଥିବା ସଦ୍ୟ ଗବେଷଣାରୁ ଜଣାପଡ଼ିଛି । ବୟସ୍କ ଲୋକଙ୍କ ଅପେକ୍ଷା ପିଲାମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖାଦେଲେ ତାହା ବେଶ୍‌ ଗମ୍ଭୀର ହୋଇଥାଏ । କାରଣ ଏହି ବୟସରେ ପିଲାମାନଙ୍କର ଶାରୀରିକ ବିକାଶ ହୋଇଥାଏ । ତେଣୁ ଏହି ବୟସରେ ମାଂସପେଶୀ ଜନିତ କୌଣସି ବି ସମସ୍ୟା ଦେଖାଦେବା ଆଦୌ ଉଚିତ୍‌ ନୁହେଁ । ତେବେ ମସକ୍ୟୁଲୋସ୍କେଲିଟାଲ୍‌ କଣ୍ଡିସନ୍‌ର ଲକ୍ଷଣ ଅନ୍ତର୍ଗତ କେତେକ ପିଲାଙ୍କ ଠାରେ ଫ୍ରାକ୍‌ଚର, ହାତଗୋଡ଼ ବଙ୍କା ହେବା, ଭିଟାମିନ୍‌ ଡି ଅଭାବରୁ ଗୋଡ଼ର ଆକାର ଧନୁଷ ପରି ହୋଇଯିବା ଇତ୍ୟାଦି ସମସ୍ୟା ଦେଖାଦିଏ । ଏହାସହ ହାଡ଼ ଦୁର୍ବଳ ହେବା ସାଙ୍ଗକୁ ବିଭିନ୍ନ ପ୍ରକାରର ସଂକ୍ରମଣ ମଧ୍ୟ ହୋଇଥାଏ । ସେହିପରି ଡେଭେଲପ୍‌ମେଣ୍ଟ ଡିସ୍‌ପ୍ଲେସିଆ ଅଫ୍‌ ଦି ହିପ୍‌ (ଡିଡିଏଚ୍‌), ଟର୍ଟିକୋଲିସ୍‌ ଆଣ୍ଡ୍‌ ଜୁଭେନାଇଲ୍‌ ଆଇଡିଓପାଥିକ୍‌ ଆର୍ଥରିଟିସ୍‌ ଭଳି ବିଭିନ୍ନ ରୋଗ ମଧ୍ୟ ହୋଇଥାଏ । ଏ ସମସ୍ତ ସମସ୍ୟା ମସକ୍ୟୁଲୋସ୍କେଲିଟାଲ୍‌ କଣ୍ଡିସନ୍‌ ସହିତ ଜଡ଼ିତ ଥିବାରୁ ଏହାକୁ ଆଦୌ ଅଣଦେଖା କରିବା ଉଚିତ୍‌ ନୁହେଁ । ଯଦି କୌଣସି ପିଲାଙ୍କ ଶରୀରରେ ଏଭଳି ସମସ୍ୟା ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
କାରଣ:
ମସକ୍ୟୁଲୋସ୍କେଲିଟାଲ୍‌ କଣ୍ଡିସନ୍‌ର କାରଣ ଅନେକ ରହିଛି । ଏହି କ୍ରମରେ ଜେନେଟିକ୍‌ ବା ବଂଶଗତ କାରଣ ସର୍ବାଗ୍ରେ ରହିବ । ଅର୍ଥାତ୍‌ ଯଦି ପରିବାରର କୌଣସି ସଦସ୍ୟଙ୍କ ନିକଟରେ ଏହି ସମସ୍ୟା ରହିଥାଏ ତେବେ ଏହି ରୋଗ ହେବା ଅତି ସାଧାରଣ କଥା । ଏହାକୁ ଛାଡ଼ିଦେଲେ ଖରାପ ଖାଦପେୟ, ସର୍ବଦା ନିଷ୍କ୍ରିୟ ରହିବା, ମୋଟାପଣ, ଖରାପ ଉପାୟରେ ଉଠାବସା କରିବା, ସତର୍କ ନ ରହିବା, ଅଟୋଇମ୍ୟୁନ ଡିଜ୍‌ଅର୍ଡର୍‌, ହର୍ମୋନାଲ୍‌ ଇମ୍‌ବାଲାନ୍ସ ଆଦି ହେଉଛି ଏହାର ପ୍ରମୁଖ କାରଣ । ଏଥିରୁ ପିଲାଙ୍କ ଶରୀରକୁ ସୁରକ୍ଷା ଦେବା ଲାଗି ସଚେତନ ରହିବାର ଆବଶ୍ୟକତା ରହିଛି । ଏହାସହିତ କିଛି ସୁସ୍ଥ ଉପାୟ ଆପଣାଇବା ଦ୍ୱାର ମଧ୍ୟ ଏହି ସମସ୍ୟାରୁ ମୁକ୍ତି ମିଳିବାରେ ସାହାଯ୍ୟ ମିଳିବ । ଯଦି କୌଣସି ବି ଲକ୍ଷଣ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Leave A Reply

Your email address will not be published.