ଟ୍ୱିଟର ବ୍ଲୁ ସବସ୍କ୍ରିପସନ୍ ଉପରେ ପ୍ରତିବନ୍ଧକ ଲଗାଇଲେ ମସ୍କ

ଟ୍ୱିଟର ଏହାର ପେଡ୍ ବ୍ଲୁ ଟିକ୍ ସବସ୍କ୍ରିପସନ୍ ଉପରେ ଲଗାଇଲା ପତିବନ୍ଧକ । CNBC ଏହାର ଏକ ରିପୋର୍ଟରେ ଏହା ପ୍ରକାଶ କରିଛି। ଟ୍ୱିଟର ଏହାର ନୂତନ ବ୍ଲୁ ସବସ୍କ୍ରିପସନ୍ ରୋଲ ହେବାର ଗୋଟିଏ ଦିନ ପରେ ବନ୍ଦ କରି ଦେଇଛି I ସିଏନବିସି ରିପୋର୍ଟ କରିଛି ଯେ ବ୍ରାଣ୍ଡ ଏବଂ ସେଲିବ୍ରିଟିଙ୍କ ଅନୁକରଣ ପାଇଁ ଉପଭୋକ୍ତାମାନେ ଏହାକୁ ଅପବ୍ୟବହାର କରୁଛନ୍ତି।

ଏଲନ୍ ମସ୍କ ଟୁଇଟରର ଅଧିଗ୍ରହଣ କରିବା ପରେ ମାସକୁ $ ୭.୯୯ / ବଦଳରେ ବ୍ଲୁ ଟିକ୍ ସବସ୍କ୍ରିପସନ୍ ଯୋଜନା କରିଥିଲେ। ମସ୍କ କମ୍ପାନୀ ର ଦାୟିତ୍ୱ ଗ୍ରହଣ କରିବାର ପ୍ରାୟ ଦୁଇ ସପ୍ତାହ ପରେ ଏହି ଯାଞ୍ଚ ସେବା ଆରମ୍ଭ କରିଥିଲେ I ଏଥିପାଇଁ ବ୍ୟବହାରକାରୀଙ୍କୁ ଏକ ଯାଞ୍ଚ ମାର୍କ ଦେବାକୁ ପଡିବ I

ସିଏନବିସି କହିଛି ଯେ ଶୁକ୍ରବାର ସୁଦ୍ଧା ଆଇଫୋନ୍ ଆପ୍ ଟ୍ୱିଟର ବ୍ଲୁ ପାଇଁ ସାଇନ୍ ଅପ୍ କରିବାର ବିକଳ୍ପ ଦେଖାଉ ନାହିଁ। ରୋଲ ଆଉଟ୍ ହେବାର କିଛି ସମୟ ପରେ ଅନେକ ନକଲି ଯାଞ୍ଚ ହୋଇଥିବା ଆକାଉଣ୍ଟ ମଧ୍ୟ ସାମ୍ନାକୁ ଆସି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆତଙ୍କ ସୃଷ୍ଟି କରିଥିଲା। ତେବେ ଏହି ନକଲି ଆକାଉଣ୍ଟଗୁଡ଼ିକୁ କିଛି ଘଣ୍ଟା ମଧ୍ୟରେ ବନ୍ଦ କରିଦିଆ ଯାଇଥିଲା। ଶୁକ୍ରବାର ଦିନ ଟ୍ୱିଟର ଏହାର ‘ଅଫିସିଆଲ୍’ ବ୍ୟାଜ୍ କୁ ପୁନଃ ଆରମ୍ଭ କରିଛି, ଯାହା ବ୍ଲୁ ସହିତ ଲଞ୍ଚ ହେବାର ଗୋଟିଏ ଦିନ ପୂର୍ବରୁ ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ, ଆପଲ୍ ଏବଂ ଲୋରେଲ୍ ପରି ବଡ କମ୍ପାନୀଗୁଡିକର ଯାଞ୍ଚ ହୋଇଥିବା ଆକାଉଣ୍ଟଗୁଡିକରେ ସେମାନଙ୍କର ଉପଭୋକ୍ତା ନାମ ତଳେ ଏକ ‘ଅଫିସିଆଲ୍’ ବ୍ୟାଜ୍ ଦେଖିବାକୁ ମିଳିଛି।

Comments are closed.