ନବ ଦାସ ହତ୍ୟା ମାମଲା,ଝାରସୁଗୁଡ଼ା ବିମାନବନ୍ଦରରେ କ୍ରାଇମବ୍ରାଞ୍ଚ ଟିମ୍

0

ଝାରସୁଗୁଡ଼ା : ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା । ପରିବାରର ବୟାନ ରେକର୍ଡ ପରେ ଆକ୍ସନ ମୋଡରେ କ୍ରାଇମବ୍ରାଞ୍ଚ । ସାନି ତଦନ୍ତ ପାଇଁ ଝାରସୁଗୁଡା ବିମାନ ବନ୍ଦରରେ କ୍ରାଇମବ୍ରାଞ୍ଚ ଟିମ୍ ର ତଦନ୍ତ ଜାରି ।ଗୁଳିକାଣ୍ଡ ପରେ ଭୁବନେଶ୍ବରକୁ ଏୟାରଲିଫ୍ଟ ହୋଇଥିଲେ ନବ ଦାସ । କେତେବେଳେ, କିପରି ହୋଇଥିଲା ଏୟାରଲିଫ୍ଟ , ଏୟାରଲିଫ୍ଟ ବେଳେ କିଏ ରହିଥିଲେ ଏସବୁର ତଦନ୍ତ ହୋଇଛି । ବିମାନବନ୍ଦରରେ ଖୋଳତାଡ ପରେ ସରବାହାଲ ସ୍ଥିତ ବାସଭବନରେ କ୍ରାଇମବ୍ରାଞ୍ଚ ଟିମ୍‌ ପହଞ୍ଚିଛି । ସାନି ତଦନ୍ତର ଦ୍ବିତୀୟ ଦିନରେ ନବଙ୍କ ବାସଭବନରେ ଖୋଳତାଡ୍‌ କରୁଛି କ୍ରାଇମବ୍ରାଞ୍ଚ । ଏହାସହ ଘଟଣାପରେ ନବଙ୍କ ପ୍ରାଥମିକ ଚିକିତ୍ସା କରିଥିବା ଝାରସୁଗୁଡା ହସ୍ପିଟାଲର ୨ ଜଣ ଡାକ୍ତରଙ୍କୁ ମଧ୍ୟ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ ।

ଗତକାଲି ଝାରସୁଗୁଡ଼ା ସରବାହାଲ ନବଙ୍କ ଘରେ ପରିବାର ଲୋକଙ୍କ ବୟାନ ରେକର୍ଡ କରିଥିଲେ ତଦନ୍ତ ଅଧିକାରୀ ଏବଂ ଅତିରିକ୍ତ ଏସପିଙ୍କ ସହିତ କ୍ରାଇମବ୍ରାଞ୍ଚ ଡିଏସପି । ପ୍ରାୟ ସାଢେ଼ ୭ଘଣ୍ଟା ଧରି କ୍ରାଇମବ୍ରାଞ୍ଚ ପକ୍ଷରୁ ବୟାନ ରେକର୍ଡ କରାଯାଇଥିଲା । ପ୍ରଥମେ ଦୀପାଳି ଦାସ ଏବଂ ବିଶାଲ ଦାସଙ୍କ ବୟାନ ରେକର୍ଡ଼ ହୋଇଥିଲା ।

ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବ ଦାସଙ୍କ ପରିବାର । ଅପରାହ୍ଣ ୫ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବେ । ପୂର୍ବରୁ ସାକ୍ଷାତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଇ-ମେଲ କରିଥିଲେ ନବ ଦାସଙ୍କ ପତ୍ନୀ ମୀନତି ଦାସ । ଏହା ସହ ଡାକ ଜରିଆରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପଠାଇଥିଲେ । ନବ ଦାସ ହତ୍ୟା ମାମଲାରେ ସିବିଆଇ ତଦନ୍ତ ପାଇଁ ଲିଖିତ ଆବେଦନ କରିବାକୁ ଚାହୁଁଥିଲେ ପରିବାର ।

Leave A Reply

Your email address will not be published.