ନାଗ ବଂଶୀୟ ବାଲିଯାତ୍ରାର କଳସ ଯାତ୍ରା ସମ୍ପନ୍ନ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡହଗାଁ ପଞ୍ଚାୟତ ନୂଆଗୁଡା ନାଗପଡା ରେ ନାଗ ବଂଶୀୟ ଭାଇ ଭାଇଙ୍କ ଏକ ଜୁଟ ଫଳରେ ଦୀର୍ଘ ଷାଠିଏ ବର୍ଷ ପରେ ଭୀମା ବାଲିଯାତ୍ରା ଅନୁଷ୍ଠିତ ହୋଇଛି । ନାଗ ବଂଶୀୟ ପିତୃପୁରୁଷ ଙ୍କ ପରମ୍ପରା ରେ ଦୀର୍ଘ ଷାଠିଏ ବର୍ଷ ପରେ ଭୀମା ବାଲିଯାତ୍ରା ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ସମାପନ ପାଇଁ ମଙ୍ଗଳବାର ଶୁଭ ଖମ୍ବ ଓ କଳସ ଯାତ୍ରା ଆରମ୍ଭ ହୋଇଯାଇଛି । ନାଗ ବଂଶର ପରମ୍ପରା ଅନୁସାରେ ୧୬ ଟି ଦେବଦେବୀଙ୍କୁ ପୂଜାର୍ଚ୍ଚନା କରି ଗ୍ରାମର ଇଷ୍ଟ ଦେବଦେବୀଙ୍କୁ ସୁମରଣା କରି ପୂଜା କାର୍ଯ୍ୟ କରାଯାଇଥାଏ । ୧୯ ଖଣ୍ଡ ଗାଁ ରେ ଭାଗ ହୋଇ ବସବାସ କରୁଥିବା ବଂଶୀୟ ଲୋକଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ପାଇଁ ଏହି ପୂଜା କରାଯାଇଥାଏ । କଳସଯାତ୍ରା ଦିନ ପ୍ରତିଷ୍ଠିତ ପୋଖରୀରୁ ପାଣି ଆଣି ସାତ ବହେନି ଜଳ କାମିନୀଙ୍କୁ ସୁମରଣା କରି ଭୀମା ଜନ୍ମ ପାଇଁ ଆବାହନ କରାଯାଇଥାଏ । ଭୀମା ଜନ୍ମ ପରେ ଭୀମା କୃଷି କାର୍ଯ୍ୟ ପାଇଁ ହଲ ଲଙ୍ଗଳ କରିବା ଫଳରେ ନାଗ ବଂଶ କୃଷି କ୍ଷେତ୍ରରେ ସୁନା ଫସଲ ହେବା ବଂଶୀୟ ବିଶ୍ୱାସ ରହିଥିବା ନାଗ ବଂଶୀୟ ବୃଦ୍ଧ ମାନେ ପ୍ରକାଶ କରିଛନ୍ତି । ଅଶ୍ୱିନ ପଞ୍ଚମୀ ରୁ ଆରମ୍ଭ ହୋଇ ମଝିରେ ବିଭିନ୍ନ ପୂଜା କାର୍ଯ୍ୟ ସମାପନ ହୋଇ ମାଘ ଦଶମୀ ରେ ଏହି ପୂଜା ଉଦଯାପନୀ ହେବା ନେଇ ନାଗ ବଂଶର ପୁରୁଖା ବ୍ୟକ୍ତି ନୃପରାଜ ନାଗ ସୂଚନା ଦେଇଛନ୍ତି ।

Comments are closed.