ମୁମ୍ବାଇ:ଜୁନ ୧୮: ବଲିଉଡର ପ୍ରସିଦ୍ଧ ଅଭିନେତା ନାନା ପାଟେକର କରୁଛନ୍ତି କମବ୍ୟାକ୍ । ଅଭିନେତା ଓ ନିର୍ମାତା ଭାବରେ ସେ ବେଶ୍ ପରିଚୟ ଲାଭ କରିଛନ୍ତି । ତାଙ୍କ ଅଭିନୟରେ ବହୁ ଲୋକ ପ୍ରଭାବିତ ହୁଅନ୍ତି । ତାଙ୍କ ଡାଏଲଗ୍ କହିବାର ଶୈଳୀ ପାଇଁ ସେ ଇଣ୍ଡଷ୍ଟ୍ରିରେ ବହୁତ ପ୍ରସିଦ୍ଧ । ଅଭିନେତା ଦୀର୍ଘ ସମୟ ଧରି ବଡ ପରଦାରୁ ଦୂରେଇ ରହିଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ନାନା ପାଟେକର ତାଙ୍କ କମ୍ ବ୍ୟାକ୍ ବିଷୟରେ ଖୁଲାସା କରିଛନ୍ତି । ଏଥର ସେ କହିଛନ୍ତି ଯେ ସେ ପ୍ରକାଶ ଝାଙ୍କ େୱବ୍ ସିରିଜ୍ ମାଧ୍ୟମରେ ଏକ କମବ୍ୟାକ୍ କରିବାକୁ ଯାଉଛନ୍ତି । ଏହି େୱବ୍ ସିରିଜ୍ ଆଶ୍ରମ ନୁହେଁ ବରଂ ଲାଲ୍ ବତୀ ହେବ । ନାନା ପାଟେକର ନିଜେ ଏହି ପ୍ରୋଜେକଫ ବିଷୟରେ କହିଛନ୍ତି ଯେ ହଁ ମୁଁ ସେହି ଫିଲ୍ମ କରୁଛି । ଏହି ଲାଲ୍ ବତୀ ଏକ ସାମାଜିକ ରାଜନୈତିକ ବିଷୟ ଆଧାରିତ େୱବ୍ ସିରିଜ୍ । ଏହା ପୂର୍ବରୁ ପ୍ରକାଶ ଝା ଓ ନାନା ଦୁହେଁ ଫିଲ୍ମ ରାଜନୀତିରେ ଏକାଠି କାମ କରିଥିଲେ । ଲାଲ ବତୀ ଏପରି ଏକ େୱବ୍ ସିରିଜ୍ ଯାହା ରାଜନୀତିରେ ଥିବା କଳା ଅନ୍ଧକାରର ପୃଷ୍ଠାଗୁଡ଼ିକୁ ଖୋଲିବ । ଏହି ଧାରାବାହିକରେ ନାନା ପାଟେକର ଜଣେ ରାଜନେତା ଭୂମିକାରେ ଅଭିନୟ କରିବେ ।
Comments are closed.