ନର୍ଗିସ୍ ଫଖରୀ ଇମତିଆଜ୍ ଅଲ୍ଲୀଙ୍କ ଫିଲ୍ମ ରକ୍ଷ୍ଟାରରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ମେ ତେରା ହିରୋ, ମଦ୍ରାସ କାଫେ, ହାଉସଫୁଲ୍ ୩ ପରି ଫିଲ୍ମରେ ନଜର ଆସିଥିଲେ । କେବଳ ବଲିଉଡ୍ ନୁହେଁ ଫିଲ୍ମ ସ୍ପାଏ ରୁ ସେ ହଲିଉଡ୍ ଡେବ୍ୟୁ କରିଥିଲେ । ଏତେ ସଫଳତା ପରେ ସେ ହଠାତ୍ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଦୂରେଇ ଯାଇଥିଲେ ଓ ନିଜ ପରିବାର ସହ ଆମେରିକା ଚାଲି ଯାଇଥିଲେ । ଦୀର୍ଘ ସମୟ ଇଣ୍ଡଷ୍ଟ୍ରୀରୁ ଦୂରେଇ ରହିବା ପରେ ଏବେ ସେ ପୁଣି କମ୍ବ୍ୟାକ୍ ଲାଗି ପ୍ରସ୍ତୁତ ହେଉଛନ୍ତି ।
ଦୁବାଇରେ ଆୟୋଜିତ ଆଇଫା ଆୱାର୍ଡସ୍ରେ ସେ ମଧ୍ୟ ଭାଗ ନେଇଛନ୍ତି । ତେବେ ବଲିଉଡ୍ରେ ଏଣ୍ଟ୍ରୀ ସମୟକୁ ନେଇ ଭାବୁକ ହୋଇ ପଡିଛନ୍ତି ନରଗିସ୍ । ବହୁତ ସଚ୍ଚୋଟ ଥିବାରୁ ତାଙ୍କୁ ବଲିଉଡ୍ରେ କିପରି ସଂଘର୍ଷ କରିବାକୁ ପଡିଥିଲା ତାହା ସେ ଏକ ସାକ୍ଷାତକାରରେ କରିଛନ୍ତି । ଏଣ୍ଟ୍ରୀ ସମୟରେ ତାଙ୍କୁ କୁହାଯାଇଥିଲା ଏଠି କାହାର ଚରିତ୍ର ଭଲ ନ ଲାଗିଲେ ବି ଆପଣଙ୍କୁ ତା ସହ କଥାବାର୍ତ୍ତା କରିବାକୁ ହେବ । ଆପଣଙ୍କୁ ଏକ ଗେମ୍ ଇମେଜ୍ ରଖିବାକୁ ପଡିବ ଯାହା ସେ କରିପାରି ନ ଥିଲେ ।
ଏଠି ମୋତେ ପ୍ରଥମେ ଅପରିପକ୍ୱ ବୋଲି କୁହାଯାଇଥିଲା । ନରଗିସ୍ କହିଛନ୍ତି ଏବେ ସେ ବୁଝିପାରିଛନ୍ତି ଯେ, ଲୋକଙ୍କ ତିନି ପ୍ରକାର ଚେହେରା ରହିଛି । ଗୋଟିଏ ବିଜନେସ୍ ଫେସ୍, ଗୋଟିଏ କ୍ରିଏଟିଭ୍ ଆଉ ଗୋଟିଏ ପର୍ସନାଲ୍ ଫେସ୍ । ଲଗାତର ୮ ବର୍ଷ କାମ କରିବା ପରେ ମୋ ପାଖରେ ନିଜ ପରିବାର ସହ ରହିବା ପାଇଁ ସମୟ ନ ଥିଲା ।
ଏହାପରେ ମୁଁ ଶାରୀରିକ ଓ ମାନସିକ ଦୃଷ୍ଟିରୁ ଅସୁସ୍ଥ ହୋଇ ପଡିଥିଲି । ନିଜ ସ୍ୱାସ୍ଥ୍ୟ କାରଣରୁ ୨ ବର୍ଷ ବ୍ରେକ୍ ନେଇଥିଲି । ଆମେରିକାରେ ସେ ମେଡିଟେସନ କରିବା ସହ ଉପବାସ ବି କରିଛନ୍ତି । ଶେଷଥର ଲାଗି ନରଗିସ୍ ୨୦୨୦ରେ ଫିଲ୍ମ ଟୋରବାଜ୍ରେ ନଜର ଆସିଥିଲେ । ଏବେ ସେ ପୁଣି କମବ୍ୟାକ୍ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।
Comments are closed.