ମାଦ୍ରାସାରେ ପାଠ ପଢ଼ାଯିବା ପୂର୍ବରୁ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ

ଲକ୍ଷ୍ମୌ: ମାର୍ଚ୍ଚ: ଉତ୍ତର ପ୍ରଦେଶର ମଦ୍ରାସା ବୋର୍ଡ ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛି । ୟୁପିରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ମଦ୍ରାସାରେ ପାଠ ପଢ଼ାଯିବା ପୂର୍ବରୁ ଜାତୀୟ ସଙ୍ଗୀତ ଗାୟନକୁ ବାଧ୍ୟତାମୂଳକ କରାଯାଇଛି । ମାଦ୍ରାସା ପରିଷଦର ଏହି ନିଷ୍ପତ୍ତିକୁ ସମସ୍ତ ମହଲରେ ସ୍ୱାଗତ କରାଯାଇଛି । ମେ ୨୦ ତାରିଖ ପରେ ମାଧ୍ୟମିକ ଶିକ୍ଷା ପରିଷଦର ବିଦ୍ୟାଳୟର ପରବର୍ତ୍ତୀ ଶିକ୍ଷା ବର୍ଷ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ବର୍ଷଠାରୁ ସଂଖ୍ୟା ଲଘୁ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବିଦ୍ୟାଳୟମାନଙ୍କରେ ଜାତୀୟ ଏକତା ଭାବନା ସୃଷ୍ଟି କରିବାକୁ ମଦ୍ରାସା ପରିଷଦ ଏପରି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ମାଦ୍ରାସା ପରିଷଦର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଜାତୀୟ ସଙ୍ଗୀତ ଆମ ଦେଶକୁ ଏକ ସୂତ୍ରରେ ବାନ୍ଧି ରଖିବାକୁ ହୋଇଛି । ଏହା ପୂର୍ବରୁ କିଛି ମଦ୍ରାସାରେ ଜାତୀୟ ସଙ୍ଗୀତକୁ ଗାନ କରାଯାଉଥିବା ବେଳେ ଏବେ ରାଜ୍ୟର ସମସ୍ତ ମଦ୍ରାସାରେ ଏହାକୁ ବାଧ୍ୟତାମୂଳକ କରାଯିବ । ଏହାଦ୍ୱାରା ଆମେ ଯେଉଁ ଦେଶରେ ରହୁଛେ ତାହାର ଇତିହାସ ତଥା ସଂସ୍କୃତି ଜାଣିବାକୁ ପିଲାମାନଙ୍କୁ ଯଥେଷ୍ଟ ଖୋରାକ ମିଳିବ ।

Comments are closed.