ନୂଆଦିଲ୍ଲୀ: ଜୁନ ୨୦: ଇଡି କାର୍ଯ୍ୟାଳୟରେ ପହଁଚିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ନ୍ୟାସନାଲ ହେରାଲï ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଚତୁର୍ଥ ଥର ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସାମ୍ନାରେ ହାଜର ହୋଇଛନ୍ତି । ରାହୁଲଙ୍କୁ ପୂର୍ବରୁ ଏ ନେଇ ତିନି ରାଉଣ୍ଡ ପଚରାଉଚରା କରାଯାଇଛି । କି;ୁ ସେ କେନ୍ଦ୍ରୀୟ ଏଜେନ୍ସିକୁ ଏକ ଚିଠି ଲେଖି ସୋମବାର ପର୍ଯ୍ୟନ୍ତ ଇଡିରେ ହାଜର ହେବାକୁ ସ୍ଥଗିତ ରଖାଯାଉ ବୋଲି କହିଥିଲେ । କାରଣ କୋଭିଡରେ ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ତାଙ୍କ ମା ତଥା କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସହ ରହିବା ତାଙ୍କର ଆବଶ୍ୟକ ରହିଛି ବୋଲି ସେ କହିଥିଲେ । ତେବେ ରାହୁଲ ଗାନ୍ଧୀ ଇଡିରେ ହାଜର ହେବାକୁ ନେଇ ଖªା କଂଗ୍ରେସ । ଦଳ ପକ୍ଷରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଂଗ୍ରେସ ଏବେ ଦିଲ୍ଲୀରେ ନିର୍ଦ୍ଧାରିତ ଧାରଣାସ୍ଥଳ ଜନ୍ତର-ମନ୍ତରରେ ଧାରଣା ଦେଉଛି । ଏହା ପୂର୍ବରୁ ଦଳ ତରଫରୁ କେନ୍ଦ୍ରର ନୂଆ ସୈନ୍ୟ ଭର୍ତ୍ତି ଯୋଜନା ଅଗ୍ନିପଥ ବିରୋଧରେ ରବିବାର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ତେବେ ଅଗ୍ନୀପଥ ଯୋଜନାକୁ ନେଇ ଦେଶରେ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି । ସୋମବାର ଭାରତ ବନ୍ଦ ଡାକରା ମଧ୍ୟ ଦିଆଯାଇଛି । ଏହା ବ୍ୟତୀତ, ଦଳର ବରିଷ୍ଠ ନେତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ଟ୍ୱିଟ୍ କରି କହିଛନ୍ତି କି, ଦେଶ ସାରା ଏକ ଲକ୍ଷ କଂଗ୍ରେସ କର୍ମୀ ଅଗ୍ନିପଥ ଯୋଜନା ବିରୋଧରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିବେ । ସେହିଭଳି କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳ ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କୁ ବି ଭେଟିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କୁ ଭେଟି କଂଗ୍ରେସ ନେତାମାନେ ଦେଶର ଭାବନାକୁ ତାଙ୍କ ସାମ୍ନାରେ ରଖିବେ ବୋଲି କହିଛନ୍ତି ।
Comments are closed.