କ୍ଷତରେ ଥିବା ବ୍ୟାକ୍‌ଟେରିଆର ସୂଚନା ମୋବାଇଲକୁ ଦେବ ‘ସ୍ମାର୍ଟ ବ୍ୟାଣ୍ଡେଜ୍‌’

ସିଙ୍ଗାପୁର: ଆଜିକାଲି ବୈଜ୍ଞାନିକମାନେ ବିଭିନ୍ନ ଜ୍ଞାନକୌଶଳର ବ୍ୟବହାର କରି ଅଭିନବ ସାମଗ୍ରୀର ଉଦ୍ଭାବନ କରୁଛନ୍ତି । ସେହିଭଳି ଏକ ଉଦ୍ଭାବନ ହେଉଛି ‘ସ୍ମାର୍ଟ ବ୍ୟାଣ୍ଡେଜ୍‌’ । ସାଧାରଣତଃ ଛୋଟ ଖଣ୍ଡିଆଟିଏ ହୋଇଥିଲେ ଜଣେ ବ୍ୟକ୍ତି ବ୍ୟାଣ୍ଡେଜ୍‌ ଟିଏ ପକାଇଥାଏ । ହେଲେ ସ୍ମାର୍ଟ ବ୍ୟାଣ୍ଡେଜର ଅନେକ ସୁବିଧା ରହିଛି । ଏହି ବ୍ୟାଣ୍ଡେଜ୍‌ ସହାୟତାରେ ଖଣ୍ଡିଆରେ କିଭଳି ବ୍ୟାକେଫରିଆ ରହିଛନ୍ତି, ଯଦି ଖଣ୍ଡିଆ ଫୁଲୁଛି ତେବେ ଏହାର କାରଣ କଣ, ଏହାସହିତ ତାପମାତ୍ରା ବିଷୟରେ ମଧ୍ୟ ଜାଣିହେବ ।

କ୍ଷତରେ ଥିବା ବ୍ୟାକ୍‌ଟେରିଆର ସୂଚନା ମୋବାଇଲକୁ ଦେବ ‘ସ୍ମାର୍ଟ ବ୍ୟାଣ୍ଡେଜ୍‌’

ଏହି ସମସ୍ତ ସୂଚନା ବ୍ୟାଣ୍ଡେଜ୍‌ଟି ମାତ୍ର ୧୫ ମିନିଟ୍‌ ଭିତରେ ମୋବାଇଲ୍‌ର ଏକ ଆପ ସହାୟତାରେ ପ୍ରଦାନ କରିବ । ବ୍ୟାଣ୍ଡେଜ୍‌ଟିକୁ ବିକଶିତ କରିଥିବା ନ୍ୟାସନାଲ ୟୁନିଭର୍ସିଟି ଅଫ୍‌ ସିଙ୍ଗାପୁରର ବୈଜ୍ଞାନିକଙ୍କ ଅନୁସାରେ, ଏଥିରେ ଲାଗିଥିବା ସେନ୍‌ସର ସାହାଯ୍ୟରେ ଏହି ସମସ୍ତ ସୂଚନା ମିଳିବ । ତେବେ ଏହା ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଲାଭଦାୟକ ସାବସ୍ତ୍ୟ ହେବ ବୋଲି ବୈଜ୍ଞାନିକମାନେ ଆଶା ପ୍ରକାଶ କରିଛନ୍ତି ।

କ୍ଷତରେ ଥିବା ବ୍ୟାକ୍‌ଟେରିଆର ସୂଚନା ମୋବାଇଲକୁ ଦେବ ‘ସ୍ମାର୍ଟ ବ୍ୟାଣ୍ଡେଜ୍‌’

ଏହି ବ୍ୟାଣ୍ଡେଜ୍‌ ସହାୟତାରେ ଶରୀରରେ ସୃଷ୍ଟି ହେଉଥିବା କ୍ଷତ ଉପରେ ନଜର ରଖିହେବ, କିଛି ବି ସମସ୍ୟା ହେଲେ ତୁରନ୍ତ ଜାଣିହେବ । ବ୍ୟାଣ୍ଡେଜ୍‌ଟିକୁ ଅନେକ ସାମଗ୍ରୀକୁ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି । ଏଥିରେ ଗୋଟିଏ ଲେୟାର କଣ୍ଟାକଫ ଲେୟାର, ଆଦ୍ରତା ବଜାୟ ରଖିବାକୁ ବାଉଣ୍ଡ ଫ୍ଲିଇଡ୍‌ କଲେକଫର, ଫ୍ଲେକ୍‌ସିବୁଲ୍‌ ସେନ୍ସର, ଇଲୋକଟ୍ରୋନିକ୍‌ ଚିପ୍‌ ଆଦି ରହିଛି । ଯାହା ଏହି ବ୍ୟାଣ୍ଡେଜ୍‌କୁ ମୋବାଇଲ୍‌ ଆପ୍‌ ସହ ଯୋଡି ରଖିଥାଏ ।

Comments are closed.