ଯଦି ଆପଣ ମନକୁ ଖୁସି ରଖିବାକୁ ଚାହାଁନ୍ତି, ତେବେ ପ୍ରକୃତି ମଧ୍ୟରେ ସମୟ ବିତା;ୁ । ପ୍ରାକୃତିକ ସ୍ଥାନରେ ବଗିଚା ଏବଂ ବ୍ୟାୟାମ କଲେ ଅସ୍ଥିରତା ଦୂର ହେବା ସହ ମନ ଭଲ ଲାଗିଥାଏ । ମଣିଷ ମାନସିକ ସମସ୍ୟାରୁ ମଧ୍ୟ ଦୂରେଇ ରହିଥାଏ । ଇଂଲଣ୍ଡର ଏକ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି ଦାବି କରିଛନ୍ତି । ପ୍ରକୃତି ମଧ୍ୟରେ କାର୍ଯ୍ୟକଳାପ ଜଣେ ବ୍ୟକ୍ତିର ମାନସିକ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଇଥାଏ, ସେସମ୍ପର୍କରେ ଜାଣିବା ପାଇଁ ବୈଜ୍ଞାନିକମାନେ ଅନୁସନ୍ଧାନ କରିଛନ୍ତି ।
ଏହି ଅନୁସନ୍ଧାନରୁ ଜଣାପଡିଛି ଯେ ୮ ରୁ ୧୨ ସପ୍ତାହ ମଧ୍ୟରେ ଯଦି ଜଣେ ବ୍ୟକ୍ତି ୨୦ରୁ ୯୦ ମିନିଟ୍ ପ୍ରକୃତି ମଧ୍ୟରେ ସମୟ ବିତାଇଥାଏ, ତେବେ ମାନସିକ ସ୍ତରରେ ଭଲ ଅନୁଭବ କରିଥାଏ । ରିସର୍ଚ୍ଚରେ ସାମିଲ ଜଣେ ବୈଜ୍ଞାନିକ କହିଛନ୍ତି, ପ୍ରକୃତି ମଧ୍ୟରେ କିଛି ସମୟ ବିତାଇବା ସ୍ୱାାସ୍ଥ୍ୟ ପାଇଁ ଭଲ କି;ୁ ଗବେଷଣା ପ୍ରମାଣିତ କରିଛି ଯେ ଏହା ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସମାନ ।
ପ୍ରାକୃତିକ ପରିବେଶ ମଧ୍ୟରେ ବଗିଚା, ବ୍ୟାୟାମ ଏବଂ ଉଦ୍ଭିଦଗୁଡିକର ସୁରକ୍ଷା ସହିତ ଜଡିତ କାର୍ଯ୍ୟକଳାପ ମନକୁ ସତେଜ କରେ । ଶକ୍ତି ଭରିବା ପରି କାର୍ଯ୍ୟ କରିବାରେ ସାହାଯ୍ୟ କରେ । ସେ ଆହୁରି ମଧ୍ୟ କହିଛନ୍ତି ଗ୍ରୁପ୍ରେ ସମୟ ବିତାଇବ ଏବଂ ବିଭିନ୍ନ ପ୍ରକାରର ସକରାତ୍ମକ କାର୍ଯ୍ୟକଳାପ କରିବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟକୁ ଅଧିକ ଲାଭ ମିଳିଥାଏ ।
Comments are closed.