ୱାଙ୍ଖଡେଙ୍କୁ ପୁଣି ଟାର୍ଗେଟ କଲେ ନବାବ
ନବାବ କହିଲେ ୱାଙ୍ଖଡେ ପିନ୍ଧନ୍ତି ୭୦ ହଜାର ଟଙ୍କାର ସାର୍ଟ, ୨ ଲକ୍ଷ ଟଙ୍କାର ଜୋତା । ମାଳଦ୍ୱୀପ ବୁଲିବାକୁ ଯାଉଛନ୍ତି ।
ମୁମ୍ବାଇ: ନଭେମ୍ବର: ୦୨: ମହାରାଷ୍ଟ୍ର କ୍ରୁଜ୍ ଡ୍ରଗ୍ସ ମାମଲାରେ ସୁପରଷ୍ଟାର ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଏନ୍ସିବି ହାତରେ ଧରାପଡ଼ିବା ପରେ ମହାରାଷ୍ଟ୍ର ରାଜନୀତିର ମାହୋଲ ଏକ ପ୍ରକାର ବଦଳିଯାଇଛି । କେଉଁଠି ରାଜନୀତି ଦଳ ମଧ୍ୟରେ ଦ୍ୱନ୍ଦ ଦେଖାଯାଇଛି ତ ’ କିଏ ଏନ୍ସିବକୁ ଦୋଷ ଦେଉଛି । ଏହାରି ମଧ୍ୟରେ ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲିକ ଟାର୍ଗେଟ କରିଛନ୍ତି ଏନ୍ସିବି ଜୋନାଲ ଡାଇରେକଫର ସମୀର ୱାଙ୍ଖଡେଙ୍କୁ । ଗତକାଲି ନବାବ ଏକ ପ୍ରେସ୍ କନଫରେନ୍ସ କରି ୱାଙ୍ଖଡେଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ସମୀର ୱାଙ୍ଖଡେ ୨ ଲକ୍ଷ ଟଙ୍କାର ଜୋତା ପିନ୍ଧୁଛନ୍ତି ଓ ୫୦ ହଜାର ଟଙ୍କାର ସାର୍ଟର ପିନ୍ଧୁଛନ୍ତି ।
ନବାବ ଆହୁରି ମଧ୍ୟ ୱାଙ୍ଖଡେଙ୍କୁ ଟାର୍ଗେଟ କରି କହିଛନ୍ତି, ୨୦୨୦ରେ ସମୀର ୱାଙ୍ଖଡେ ଆସିବା ପରେ ଏନ୍ସିବି ଏକ ମାମଲା ରୁଜୁ କରିଥିଲା । ଉକ୍ତ ମାମଲାରେ ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର, ଦୀପିକା ପାଦୁକୋନଙ୍କ ସମେତ ଇଣ୍ଡଷ୍ଟ୍ରିର ଅନେକ ଅଭିନେତା, ଅଭିନେତ୍ରୀଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଆଜି ପର୍ଯ୍ୟନ୍ତ ସେ ମାମଲା ଚାଲିଛି । ଏପରିକି ମାମଲାର ଚାର୍ଜସିଟ୍ ମଧ୍ୟ ଦାଖଲ କରାଯାଉ ନାହିଁ । ଏମିତି କ’ଣ ଅଛି ଯେ, ୧୪ ମାସ ହେଲା ମାମଲା ଚାଲିଛି ? ଏହି ମାମଲାକୁ ନେଇ ହଜାର ହଜାର କୋଟି ଟଙ୍କା ଆଦାୟ କରାଯାଇଛି ।
ସେ ଆହୁରି କହିଛନ୍ତି, ଆମେ ୨ଟି ଫଟୋ ସାମ୍ନାକୁ ଆଣିଥିଲୁ । ଗୋଟିଏ ଫଟୋ ମାଳଦ୍ୱୀପ ଓ ଅନ୍ୟଟି ଦୁବାଇର । ତାଙ୍କ ଭଉଣୀ ଦୁବାଇ ଯାଇଥିଲେ ଓ ୱାଙ୍ଖଡେ ମାଳଦ୍ୱୀପରେ ଥିଲେ । ମାଳଦ୍ୱୀପ ଯିବାକୁ ହେଲେ ୨୦-୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ତେଣୁ ଏନ୍ସିବି ଭିଜିଲାନ୍ସ ଟିମ୍ ଏହାର ଯାଞ୍ଚ କର;ୁ ।
ୱାଙ୍ଖଡେଙ୍କ ବିରୋଧରେ ନବାବ ଆହୁରି କୁହନ୍ତି, ସେ ଯେଉଁ ଟ୍ରାଉଜର ପିନ୍ଧୁଛନ୍ତି, ତାର ଦାମ୍ ଲକ୍ଷାଧିକ ଟଙ୍କା । ସେହିପରି ସାର୍ଟର ଦାମ୍ ୭୦ ହଜାରରୁ ଅଧିକ ଟଙ୍କା ହୋଇଥିବା ବେଳେ ହାତ ଘଣ୍ଟାର ଦାମ୍ ୨୫ରୁ ୫୦ ଲକ୍ଷ ଟଙ୍କା ।
ସୂଚନା ଥାଉଯେ, ୱାଙ୍ଖଡେଙ୍କ ବ୍ୟତିତ ନବାବ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ । ଏହିପରି କି ନବାବ ଫଡନବିଶଙ୍କ ପତ୍ନୀ ଅମୃତାଙ୍କର ଫଟୋ ଭାଇରାଲ କରିଥିଲେ । ସେହି ଫଟୋ ୪ ବର୍ଷ ତଳର । ଫଟୋରେ ଜୟଦୀପ ରାଣା ନାମକ ବ୍ୟକ୍ତିଙ୍କ ସହ ଅମୃତା ରହିଛନ୍ତି । ସେହି ବ୍ୟକ୍ତି ଜଣେ ଡ୍ରଗ୍ସ ମାଫିଆ ଓ ତାଙ୍କ ସହ ଅମୃତାଙ୍କ ସମ୍ପର୍କ କ’ଣ ରହିଛି ବୋଲି ମୁଖ୍ୟମନ୍ତ୍ରୀ ତାତ୍ସଲ୍ୟ କରି ଫଡନବିଶଙ୍କୁ ଟାର୍ଗେଟ କରିଥିଲେ ।
Comments are closed.