ମୁମ୍ବାଇ : ନଭେମ୍ବର ୦୬: ଆର୍ଯ୍ୟନ ଖାନ୍ଙ୍କ ଡ୍ରଗ୍ସ ମାମଲା ଏବେ ନୂଆ ଦିଗକୁ ମୋଡ଼ ନେଇଛି । ଏହି ମାମଲାର ତଦନ୍ତ କରୁଥିବା ଏନ୍ସିବି ମୁମ୍ବାଇ ଜୋନ୍ର ଡାଇରେକଫର ସମୀର ୱାଙ୍ଖଡେ ଏଥିରୁ ହଟାଇ ଦିଆଯାଇଛି । ଏନ୍ସିବି ମୁଖ୍ୟ ଅଧିକାରୀ ସଞ୍ଜୟ ସିଂହ ଏହି ମାମଲାର ତଦନ୍ତ କରିପାରନ୍ତି ବୋଲି ଖବର ମିଳିଛି ।
ତେବେ ୱାଙ୍ଖଡେଙ୍କୁ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ ଆରମ୍ଭରୁ ର୍ଟାର୍ଗେଟ କରିଆସୁଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ମାମଲାରୁ ୱାଙ୍ଖଡେଙ୍କୁ ହଟାଯିବା ପରେ ସେ ଖୁସିରେ ଫାଟିପଡୁଛନ୍ତି । ଆଉ କହିଛନ୍ତି, ‘ଇଏ ତ ଆରମ୍ଭ ମାତ୍ର ଆହୁରି ବହୁତ କିଛି ବାକି ଅଛି ।’
ସୂଚନା ଅନୁସାରେ, ଆର୍ଯ୍ୟନ ଖାନ୍ଙ୍କ ମାମଲା ସମେତ ପାଞ୍ଚଟି ମାମଲା ତଦନ୍ତରୁ ସମୀର ୱାଙ୍ଖେଡ଼େଙ୍କୁ ହଟାଇ ଦିଆଯାଇଛି । ସେହି ମାମଲା ମଧ୍ୟରେ ନବାବ ମଲ୍ଲିକ ଜ୍ୱାଇଁଙ୍କ ଡ୍ରଗ୍ସ ମାମଲା ମଧ୍ୟ ରହିଛି ।
Comments are closed.