ମୁମ୍ବାଇ: ଅକ୍ଟୋବର ୨୧: ଡ୍ରଗ୍ସ ମାମଲାରେ ଆଜି ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ନର୍କୋଟିକ୍ସ କଣ୍ଟ୍ରୋଲ ବୁ୍ୟରୋ(ଏନ୍ସିବି) ଚଢ଼ାଉ କରିଛି । ଅନନ୍ୟାଙ୍କ ମୁମ୍ବାଇର ଖର େୱଷ୍ଟ ସ୍ଥିତ ଘରେ ପୋଲିସ ଚଢ଼ାଉ କରିଛି । ଏହାସହିତ ଆଜି ଅପରାହ୍ନ ୨ଟାରେ ଅଭିନେତ୍ରୀଙ୍କୁ ପୋଲିସ ପଚରାଉଚାର କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଡ୍ରଗ୍ସ ମାମଲାରେ ଏହି ଅଭିନେତ୍ରୀଙ୍କ ହାତ ଥିବା ଜାଣିବା ପରେ ପୋଲିସ ସାଙ୍ଗେ ସାଙ୍ଗେ ତାଙ୍କ ଘର ଉପରେ ଚଢ଼ାଉ କରିଥିଲା ।
ଏପଟେ ମୁମ୍ବାଇ ସ୍ଥିତ ଶାହାରୁଖଙ୍କ ଘର ମନ୍ନତରେ ଏନସିବି ଟିମ୍ ପହଞ୍ଚିଛି । କୌଣସି ପଚରାଉଚରା ପାଇଁ ନୁହେଁ ବରଂ କିଛି ଦସ୍ତାବିଜ ଉପରେ ଶହାରୁଖ ଓ ଗୌରୀ ଖାନଙ୍କ ହସ୍ତାକ୍ଷର ପାଇଁ । ବୁଧବାର ଆରୟନଙ୍କ ଜାମିନ ଆବେଦନ ସେସନ୍ସ କୋର୍ଟରେ ଖାରଜ କରିବା ପରେ ଆଜି ପୁଅ ଆରୟନଙ୍କୁ ଭେଟିବାକୁ ଶାହାରୁଖ୍ ଆର୍ଥର ରୋଡ ଜେଲକୁ ଯାଇଛନ୍ତି । ସେଠାରେ କାଚ ଝରକା ପଟ ଦେଇ ପୁଅକୁ ଦେଖି ଶାହାରୁଖ୍ ମାତ୍ର ୧୫ ମିନିଟ୍ କଥାବାର୍ତ୍ତା ହୋଇ ଫେରିଛନ୍ତି ।
Comments are closed.