ବେକ ଯନ୍ତ୍ରଣାର ଉପଚାର

ଆଜିକାଲି ଅଧିକାଂଶ ଲୋକଙ୍କ କାମ କେବଳ କମ୍ପୁ୍ୟଟର ଏବଂ ଲାପଟପ୍‌ରେ ହେଉଛି । ଅନ୍ୟପକ୍ଷରେ ୱାର୍କ ଫ୍ରମ୍‌ ହୋମ୍‌ର ସ୍ଥିତି । ତେଣୁ ଘଣ୍ଟା ଘଣ୍ଟା ସମୟ ଲୋକମାନେ ଯେକୌଣସି ସ୍ଥାନରେ ବସି ଲାପଟପ୍‌ରୁ କାମ କରୁଛନ୍ତି । ଏହାଦ୍ୱାରା ଧୀରେଧୀରେ ବସିବାର ଭଙ୍ଗୀରେ ପରିବର୍ତ୍ତନ ହେବାକୁ ଲାଗୁଛି । ଏହି କାରଣରୁ ବେକରେ ଯନ୍ତ୍ରଣାସମସ୍ୟା ସାଧାରଣ ଲୋକଙ୍କଠାରେ ଦେଖାଯାଉଛି । ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତି ବେକ ଯନ୍ତ୍ରଣା, ରକା ଆଦି ସମସ୍ୟାର ଅସୁବିଧାରେ ପଡ଼ୁଛନ୍ତି । ଏପରି ପରିସ୍ଥିତିରେ କିଛି ପଦକ୍ଷେପ ଗ୍ରହଣ କରି ଆପଣ ଏଥିରୁ ମୁକ୍ତି ପାଇପାରିବେ ।

ଉଭୟ ପାଶ୍ୱର୍ରେ ବେକ ବୁଲା;ୁ-
ବେକ ଯନ୍ତ୍ରଣାର ଉପଚାର
ଏଥିପାଇଁ ସର୍ବପ୍ରଥମେ ବେକକୁ ସିଧା କର;ୁ । ତା’ପରେ ଧୀରେଧୀରେ ବେକକୁ ଡାହାଣ ଏବଂ ବାମକୁ କିଛି ମିନିଟ୍‌ ପାଇଁ ବୁଲାନ୍ତି । ଏହା ପରେ ବାମରୁ ଡାହାଣକୁ ବୁଲା;ୁ । ଏକ ଚେୟାରରେ ବସି ଆପଣ ଏହାକୁ ସହଜରେ କରିପାରିବେ । ପ୍ରତି ୨-୩ ଘଣ୍ଟାରେ ଏହି ପ୍ରକ୍ରିୟାକୁ ୧୦-୧୦ ଥର ପୁନରାବୃତ୍ତି କର;ୁ ।

ବ୍ୟାୟାମ କର;ୁ-
ବେକ ଯନ୍ତ୍ରଣାର ଉପଚାର
ଆପଣ ଏକ ଚେୟାରରେ ବସି ବ୍ୟାୟାମ କରିପାରିବେ । ଏଥିପାଇଁ ସର୍ବପ୍ରଥମେ ସିଧା ଏବଂ ଆରାମଦାୟକ ଅବସ୍ଥାରେ ଚେୟାରରେ ବସ;ୁ । ଏହାପରେ, ବେକକୁ ତଳକୁ ବଙ୍କା କରି ଛାତି ଉପରେ ଝୁଲାଇ ରଖ;ୁ । ଏହି ଅବସ୍ଥାରେ କିଛି ସେକେଣ୍ଡ ରୁହ;ୁ । ଏହାପରେ ଧୀରେଧୀରେ ବେକକୁ ପଛ ଆଡକୁ ବଙ୍କା କର;ୁ । ଏହି ପ୍ରକ୍ରିୟାକୁ ୫-୭ ଥର କର;ୁ । ପ୍ରତି ୨-୩ ଘଣ୍ଟାରେ ଏହି ବ୍ୟାୟାମ କରିବା ଦ୍ୱାରା ଆପଣ କିଛି ଆରାମ ପାଇବେ ।

ଗରମ ସେକ ଦିଅନ୍ତୁ-

ବେକ ଯନ୍ତ୍ରଣାର ଉପଚାର
ବେକ ଯନ୍ତ୍ରଣାକୁ ଦୂର କରିବା ପାଇଁ ଆପଣ ଗରମ ପ୍ୟାଡର ସାହାଯ୍ୟ ମଧ୍ୟ ନେଇପାରିବେ । ଏହାଦ୍ୱାରା ଯନ୍ତ୍ରଣା ଏବଂ ଥଣ୍ଡାରୁ ମୁକ୍ତି ପାଇବେ । ପ୍ରତିଦିନ ବେକରେ ଗରମ ସେକ ଦିଅନ୍ତୁ । ଦେଖିବେ କିଛି ମାତ୍ରାରେ ଆପଣ ଉପଶମ ପାଇବେ ।
ବେକ ଯନ୍ତ୍ରଣାକୁ ଦୂର କରିବା ପାଇଁ ଏଗୁଡ଼ିକ ହେଉଛି ସାଧାରଣ ଉପଚାର । କି;ୁ ଯଦି ଆପଣ ଏହି ଉପାୟ ଅବଲମ୍ବନ କରି ଆରାମ ପାଉ ନାହାଁନ୍ତି । ତାହେଲେ ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କର;ୁ ଏବଂ ଆବଶ୍ୟକୀୟ ଚିକିତ୍ସା ନିଅନ୍ତୁ ।

Har Ghar Tiranga