ନୂଆଦିଲ୍ଲୀ : ରାଜ୍ୟଗୋଷ୍ଠୀ କ୍ରୀଡାର ବର୍ମିଂହାମ୍ ସଂସ୍କରଣ ଜୁଲାଇ ୨୮ରୁ ଆରମ୍ଭ ହେବାକୁଯାଉଛି । ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତାରେ ୭୨ଟି ରାଜ୍ୟଗୋଷ୍ଠୀ ରାଷ୍ଟ୍ରର ୫,୦୫୪ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ । ମୋଟ୍ ୨୦ଟି କ୍ରୀଡାରେ ୨୮୦ଟି କ୍ରୀଡାବର୍ଗ ରହିବ । ଜୁଲାଇ ୨୮ରୁ ଆରମ୍ଭ ହୋଇ ଅଗଷ୍ଟ ୮ରେ ଶେଷ ହେବ ରାଜ୍ୟଗୋଷ୍ଠୀ କ୍ରୀଡା । ଏହି ପ୍ରତିଯୋଗିତା ପାଇଁ ଭାରତୀୟ କ୍ରୀଡାବିତ୍ଙ୍କ ଉସିାହ ଆକାଶଛୁଆଁ ରହିଛି ।
ଅଲିମ୍ପିକ୍ ଚାମ୍ପିଅନ୍ ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ଧ୍ୱଜାବାହାକ ସାଜି ପାରନ୍ତି । ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ) ଏହି ୨୪ ବର୍ଷୀୟ ନୀରଜଙ୍କୁ ରାଜ୍ୟଗୋଷ୍ଠୀ କ୍ରୀଡାର ଉଦ୍ଘାଟନୀରେ ଦେଶର ଧ୍ୱଜାବାହାକ ପାଇଁ ଚୟନ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏନେଇ ଆଇଓଏ ସାଧାରଣ ସମ୍ପାଦକ ରାଜୀବ ମେହେତା ଆଗୁଆ ସୂଚନା ଦେଇଛନ୍ତି । ନୀରଜ ପାତାକା ବାହାକ ହେବାର ସମସ୍ତ ଦକ୍ଷତା ରହିଛି । ତେଣୁ ଖୁବ୍ ଶୀଘ୍ର ଏହି ଦିଗରେ ଆଲୋଚନା ହେବା ସହ ନାମ ଘୋଷଣା କରାଯିବ ବୋଲି ଶ୍ରୀ ମେହେତା କହିଛନ୍ତି ।
ଅଗଷ୍ଟ ୫ରେ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତା ଆରମ୍ଭ ହେବ । ୭ ତାରିଖରେ ପଦକ ମୁକାବିଲା ହେବ । ଗତବର୍ଷ ଟୋକିଓ ଅଲିମ୍ପିକ୍ସର ଜାଭେଲିନ୍ ଥ୍ରୋ ବର୍ଗରେ ନୀରଜ ସ୍ୱର୍ଣ୍ଣ ପଦକ ଜିତିଥିଲେ । ପୂର୍ବରୁ ଅଭିନବ ବିନ୍ଦ୍ରା ଅଲିମ୍ପିକ୍ସର ବ୍ୟକ୍ତିଗତ ବର୍ଗରେ ସ୍ୱର୍ଣ୍ଣ ଜିଣିବାର କୀର୍ତ୍ତିମାନ ସ୍ଥାପନ କରିଥିଲେ । ତେଣୁ ନୀରଜ ଦ୍ୱିତୀୟ ଭାରତୀୟ ଭାବେ ଅଲିମ୍ପିକ୍ସର ବ୍ୟକ୍ତିଗତ ବର୍ଗରେ ସ୍ୱର୍ଣ୍ଣ ଜିତିବାର ଗୌରବ ଅର୍ଜନ କରିଥିଲେ । ଏହାବାଦ ସେ ପ୍ରଥମ ଆଥଲେଟ୍ ଭାବେ ଅଲିମ୍ପିକ୍ସରେ ଦେଶ ପାଇଁ ପଦକ ସଫଳତା ଆଣିଥିଲେ । ୨୦୧୮ ଜାକର୍ତ୍ତା ଏସିଆନ୍ ଗେମ୍ସର ଉଦ୍ଘାଟନୀ ଉସିବରେ ମଧ୍ୟ ନୀରଜ ଧ୍ୱଜାବାହାକ ସାଜିଥିଲେ ।
ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ୩୨୨ ଜଣିଆ ଭାରତୀୟ ଦଳ ବର୍ମିଂହାମ୍ ଗସ୍ତ କରିବ । ଏମାନଙ୍କ ମଧ୍ୟରେ ୨୦୧୫ ଜଣ ଆଥଲେଟ୍ସ ଅଛନ୍ତି । ୧୦୭ ଜଣ ମହିଳା ଆଥଲେଟସଙ୍କୁ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେବାର ସୁଯୋଗ ମିଳିଛି । ସାଇକ୍ଲିଂ ଫେଡ଼େରେସନ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଏବଂ ଆଇଓଏ’ର ଯୁଗ୍ମ ସମ୍ପାଦକ ଓମ୍କାର ସିଂ ଭାରତର ଚିପ୍ ଡି’ ମିଶନ ଭାବେ ଦଳ ସହ ବର୍ମିଂହାମ୍ ଯିବେ । ରାଜେଶ ଭଣ୍ଡାରୀ, ଅନୀଲ ଧୂପର ଓ ପ୍ରଶାନ୍ତ କୁଶୱାହା , ଜେନେରାଲ ମ୍ୟାନେଜର ଭାବେ ଦଳ ସହ ରହିବେ । ଆଇଓଏର ସଭାପତି ପଦରୁ ନରିନ୍ଦର ଧ୍ରୁବବାତ୍ରା ବହିଷ୍କୃତ ହୋଇଥିଲେ । ଏହାପରେ ଉପସଭାପତି ଆର୍କେ ଆନନ୍ଦଙ୍କୁ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଚିପ୍ ଡି ମିଶନ ଭାବେ ଦାୟିତ୍ୱ ଦିଆଯାଇଥିଲା । ତେବେ ଆଇଓଏରେ ବିବାଦ କାରଣରୁ ବର୍ତ୍ତମାନର ସଭାପତି ଅନୀଲ ଖାନ୍ନାଙ୍କ ନୂଆ ଘୋଷଣାକ୍ରମରେ ଆର୍କେ ଆନନ୍ଦଙ୍କ ସ୍ଥାନରେ ଓମ୍କାର ସିଂ ଭାରତର ଚିପ୍ ଡି ମିଶନ ଭାବେ କାର୍ଯ୍ୟ କରିବେ ।
ରାଜ୍ୟଗୋଷ୍ଠୀ କ୍ରୀଡାର ଉଦ୍ଘାଟନୀ ସମାରୋହ ଆଲେକ୍ସ ଜାଣ୍ଡାର ଷ୍ଟାଡିୟମ୍ରେ ଆୟୋଜନ ହେବ । ଏଥର ନୂଆ ରାଷ୍ଟ୍ରଭାବେ ବାର୍ବାଡୋସ୍ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେବାକୁଯାଉଛି । ସେହିଭଳି ଅଗଷ୍ଟ ୮ ତାରିଖରେ ଉଦ୍ଯାପନୀ ସମାରୋହ ଆୟୋଜନ ହେବ । ଏହା ମଧ୍ୟ ସମାନ ଭେନୁ୍ୟ ଆଲେକ୍ସ ଜାଣ୍ଡାର ଷ୍ଟାଡିୟମ୍ରେ ଆୟୋଜନ ହେବାର ଅଛି । ଏହାବାଦ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡା ଭିକେଫାରିଆରେ ଆୟୋଜନ ହେବାକୁଥିବାରୁ ଉଦ୍ଯାପନୀ ସମାରୋହରେ ରାଜ୍ୟଗୋଷ୍ଠୀ କ୍ରୀଡା ଫେଡେରେସନ୍ ପତାକା ଭିକେଫାରିଆକୁ ହସ୍ତାନ୍ତର କରାଯିବ । ଜୁଲାଇ ୭ ତାରିଖ ସୁଧା ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଂଶଗ୍ରହଣ କରିବା ପାଇଁ ୬୮ଟି ରାଷ୍ଟ୍ର ସହମତି ଜଣାଇସାରିଛନ୍ତି ।
Comments are closed.