ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା,୧୧ ମାସ ପୂର୍ବରୁ କର୍ତ୍ତୃପକ୍ଷଙ୍କ ନିକଟରେ କରିଥିଲେ ଅଭିଯୋଗ

0

ଭୁବନେଶ୍ୱର : କିଟ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା । ବିଧାନସଭାରେ ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ।୧୧ ମାସ ପୂର୍ବରୁ କର୍ତ୍ତୃପକ୍ଷଙ୍କଠାରେ ଅଭିଯୋଗ କରିଥିଲେ ମୃତ ଛାତ୍ରୀ । ଜୀବନ ହାରିବାର ୧୧ ମାସ ପୂର୍ବରୁ କିଟ୍ କର୍ତ୍ତୃପକ୍ଷଙ୍କଠାରେ ଅଭିଯୋଗ କରିଥିଲେ । ମାର୍ଚ୍ଚ ୧୨ -୨୦୨୪ ରେ କର୍ତ୍ତୃପକ୍ଷଙ୍କ ନିକଟରେ ଯୌନ ନିର୍ଯ୍ୟାତନା ନେଇ ଅଭିଯୋଗ କରିଥିଲେ । ଗୃହରେ ଦାଶରଥି ଗମାଙ୍ଗଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଏନେଇ ସରକାରଙ୍କ ଦ୍ୱାରା ଗଠିତ କମିଟି ତଦନ୍ତ ଜାରି ରଖିଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ୧୯ ଜଣଙ୍କର ସାକ୍ଷ୍ୟ ଗ୍ରହଣ ସରିଛି ।  ବର୍ତ୍ତମାନ ସୁଦ୍ଧା ରିପୋର୍ଟ ଆସିନାହିଁ, ତଦନ୍ତ ଚାଲୁ ରହିଛି । ଫେବ୍ରୁଆରୀ ୨୧ରେ ୮ ଜଣ, ୨୭ ତାରିଖରେ ୬ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି । ମାର୍ଚ୍ଚ ୬ ତାରିଖରେ ୫ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି ।

Leave A Reply

Your email address will not be published.