ମହିଳା ହକି ବିଶ୍ୱକପ୍‌: ଟାଇଟଲ ବଜାୟ ରଖିଲା ନେଦରଲାଣ୍ଡସ୍‌

ଟେରାସା : ଏଫ୍‌ଆଇଏସ୍‌ ମହିଳା ହକି ବିଶ୍ୱକପ୍‌ ଟାଇଟଲ ବଜାୟ ରଖିଛି ନେଦରଲାଣ୍ଡସ୍‌ । ଅନୁଷ୍ଠିତ ଫାଇନାଲରେ ନେଦରଲାଣ୍ଡସ୍‌ ୩-୧ ଗୋଲ୍‌ରେ ଆର୍ଜେଣ୍ଟିନାକୁ ଧାରାଶାୟୀ କରି ଏହି ସଫଳତା ପାଇଛି । ପୂର୍ବତନ ଭାରତୀୟ ହକି ଦଳର ଅଧିନାୟକ ତଥା ଓଡ଼ିଶା ହକି ପ୍ରମୋସନ କାଉନ୍‌ସିଲ୍‌ର ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ ଅତିଥି ସାଜିଥିଲେ । ସେ ଆର୍ଜେଣ୍ଟିନାର ମାରିଆ ଗ୍ରାନାଟୋଙ୍କୁ ଓଡ଼ିଶା ବେଷ୍ଟ ପ୍ଲେୟାର ଆୱାର୍ଡ ପ୍ରଦାନ କରିଥିଲେ ।

ମହିଳା ହକି ବିଶ୍ୱକପ୍‌: ଟାଇଟଲ ବଜାୟ ରଖିଲା ନେଦରଲାଣ୍ଡସ୍‌

ତୁମୂଳ ସଂଘର୍ଷପୂର୍ଣ୍ଣ ଫାଇନାଲରେ ନେଦରଲାଣ୍ଡସ୍‌ ପ୍ରାଧାନ୍ୟବିସ୍ତାର କରିଥିଲେ । ଆର୍ଜେଣ୍ଟିନା କଡା ସଂଘର୍ଷ କରିବା ସତ୍ତେ୍ୱ ନେଦରଲାଣ୍ଡସ୍‌ର ରଣକୌଶଳକୁ ଭେଦି ପାରିନଥିଲା । ମ୍ୟାଚ୍‌ର ୧୭ତମ ମିନିଟ୍‌ରେ ନେଦରଲାଣ୍ଡସ୍‌ ପ୍ରଥମ ଗୋଲ୍‌ସ୍କୋର କରି ୧-୦ରେ ଅଗ୍ରଣୀ ହାସଲ କରିଥିଲା । ଦଳର ତାରକା ଖେଳାଳି ଭର୍ଶ୍ଚୁର ୧୭ ମିନିଟରେ ପେନାଲଫି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିଥିଲେ । ପୁଣି ୨୪ତମ ମିନିଟ୍‌ରେ ଫେଡ଼େରିକ୍‌ ମାଟଲା ଫିଲïଗୋଲ୍‌ କରି ଦଳକୁ ପ୍ରଥମାର୍ଦ୍ଧରେ ୨-୦ରେ ଅଗ୍ରଣୀ କରିଥିଲେ ।

ମହିଳା ହକି ବିଶ୍ୱକପ୍‌: ଟାଇଟଲ ବଜାୟ ରଖିଲା ନେଦରଲାଣ୍ଡସ୍‌

୩୬ତମ ମିନିଟ୍‌ରେ ନେଦରଲାଣ୍ଡସ୍‌ର ଫେଲିକ୍‌ ଆଲବର୍ସ ଦଳ ପକ୍ଷରୁ ତୃତୀୟ ଫିଲï ଗୋଲ୍‌ କରିଥିଲେ । ଆର୍ଜେଣ୍ଟିନାର ଅଗୁଷ୍ଟିନା ଗୋର୍ଜେଲାନି ୪୬ ମିନିଟରେ ପେନାଲଫି କର୍ଣ୍ଣର ଜରିଆରେ ଗୋଲ୍‌ ପରିଶୋଧ କରିଥିଲେ । ଏହା ସତ୍ତେ୍ୱ ଶେଷ ପର୍ଯ୍ୟନ୍ତ ବ୍ୟବଧାନ ୩-୧ ରହିବା ସହ ନେଦରଲାଣ୍ଡସ୍‌ ଟାଇଟଲ ବିଜେତା ହେବାର ଗୌରବ ବଜାୟ ରଖିଛି । କ୍ରମାଗତ ତୃତୀୟଥର ପାଇଁ ନେଦରଲାଣ୍ଡସ୍‌ ମହିଳା ବିଶ୍ୱକପ୍‌ ଟାଇଟଲ ଜିତିଛି ।

ମହିଳା ହକି ବିଶ୍ୱକପ୍‌: ଟାଇଟଲ ବଜାୟ ରଖିଲା ନେଦରଲାଣ୍ଡସ୍‌

ଏହାକୁ ମିଶାଇ ମୋଟ୍‌ ୯ଥର ନେଦରଲାଣ୍ଡସ୍‌ ବିଶ୍ୱକପ୍‌ ବିଜେତା ହୋଇଛି । ୧୯୭୪, ୧୯୭୮, ୧୯୮୩, ୧୯୮୬, ୧୯୯୦, ୨୦୦୬, ୨୦୧୪, ୨୦୧୮ ଓ ୨୦୨୨ରେ ନେଦରଲାଣ୍ଡସ୍‌ ଚାମ୍ପିଅନ୍‌ ହୋଇଥିବା ବେଳେ ୧୯୮୧, ୧୯୯୮, ୨୦୦୨, ୨୦୧୦ରେ ୪ଥର ଉପବିଜେତା ହୋଇଥିଲା । ଆର୍ଜେଣ୍ଟିନା ଚତୁର୍ଥଥର ପାଇଁ ଉପବିଜେତା ହୋଇଛି । ପୂର୍ବରୁ ୧୯୭୪, ୧୯୭୬, ୧୯୯୪, ୨୦୨୨ରେ ଟାଇଟଲ ମୁକାବିଲାରେ ପରାଜିତ ହୋଇଥିଲା । ଏହାବାଦ ୨୦୦୨ ଓ ୨୦୧୦ରେ ଆର୍ଜେଣ୍ଟିନା ଚାମ୍ପିଅନ୍‌ ହୋଇଥିଲା ।

Comments are closed.