ନୂଆ ସ୍ଥଳସେନା ମୁଖ୍ୟଙ୍କୁ ଦିଆଗଲା ଗାର୍ଡ ଅଫ୍‌ ଅନର

ନୂଆଦିଲ୍ଲୀ: ମଇ ୦୨: ଭାରତୀୟ ସ୍ଥଳସେନାର ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କୁ ଦିଆଗଲା ଗାର୍ଡ ଅଫ ଅନର । ବାୟୁସେନା ମୁଖ୍ୟ ମାର୍ଶଲ ବି.ଆର ଚୌଧୁରୀ ଓ ଭାରତୀୟ ନୌସେନା ମୁଖ୍ୟ ଏଡମିରାଲ ହରି କୁମାରଙ୍କ ଉପସ୍ଥିତିରେ ଏହି ସମାରୋହ ଉଜ୍ଜାପିତ ହୋଇଯାଇଛି । ସ୍ଥଳସେନାର ମୁଖ୍ୟ ଭାବେ ଦାୟିତ୍ୱ ନେବା ପରେ ଦେଶର ସୁରକ୍ଷା ତାଙ୍କ ପାଇଁ ଆଗ ବୋଲି କହିଛନ୍ତି ଜେନେରାଲ ପାଣ୍ଡେ । ସେ ଆହୁରି ମଧ୍ୟ କହିଛନ୍ତି ଏହା ମୋ ପାଇଁ ବହୁତ ଗର୍ବ ଓ ସମ୍ମାନର କଥା ଯେ ମୋତେ ଭାରତୀୟ ଜଳ ସ୍ଥଳସେନା ମୁଖ୍ୟ ଦାୟିତ୍ୱ ଦିଆଯାଉଛି । ଏହାକୁ ମୁଁ ବିନମ୍ରତାର ସହ ସ୍ୱୀକାର କରୁଛି । ଏହାସହ ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି କି ଏହି ଦାୟିତ୍ୱ ସମ୍ପର୍ଣ୍ଣ କରିବା ପାଇଁ ମୋତେ ଶକ୍ତି, ସାମର୍ଥ ଓ ସଦବୁଦ୍ଧି ଦିଅନ୍ତୁ। ଭାରତୀୟ ସ୍ଥଳ ସେନା ଦେଶର ସୁରକ୍ଷା ଓ ଅଖଣ୍ଡତା ବଜାୟ ରଖିବା ପାଇଁ ଅନେକ ବଳିଦାନ ଦେଇଛି । ଆଗକୁ ଆମ ଆାଗରେ ଅନେକ ଆହ୍ୱାନ ରହିଛି । ଆଉ ସେହି ଆହ୍ୱାନର ସାମନା କରିବା ପାଇଁ ଭାରତୀୟ ସ୍ଥଳ ସେନା ପୁରା ପ୍ରସ୍ତୁତ ଓ ଏହା ବ୍ୟତୀତ ଦେଶର ସୁରକ୍ଷା ପାଇଁ ତିନି ସେନା ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରି କାମ କରିବେ ବୋଲି କହିଛନ୍ତି ନୂଆ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ।

Comments are closed.