କଟକଣାରେ ପାଳନ ହେବ ବଡ଼ଦିନ

ଭୁବନେଶ୍ୱର: ଡିସେମ୍ବର ୨୩: କରୋନା ମହାମାରୀ ଉପରେ ଓମିକ୍ରନ୍‌ ବ୍ୟାପିବା ଡ଼ର ସକାଶେ ଏଥର ଫିକା ପଡ଼ିବ ବଡ଼ଦିନ । ଆଉ ଦୁଇ ଦିନ ପରେ ଆରମ୍ଭ ହୋଇଯିବ ଖ୍ରୀଷ୍ଟାମାସ୍‌ ବା ବଡ଼ଦିନ । ହେଲେ ଏହାପୂର୍ବରୁ ବିଏମ୍‌ସି କମିଶନର ସଞ୍ଜୟ ସିଂ ଏନେଇ ଗାଇଡଲାଇନ୍‌ ଜାରି କରିଛନ୍ତି । ବଡ଼ଦିନ ପାଳନ କରିବାକୁ ଅନୁମତି ମିଳିଛି । ହେଲେ ତାହା କଟକଣା ଭିତରେ ।

କମିଶନର ସଞ୍ଜୟ ସିଂ କହିଛନ୍ତି, କୋଭିଡ୍‌ ଗାଇଡଲାଇନ ଅନୁସାରେ ଖ୍ରୀଷ୍ଟମାସ ପାଳନ କରାଯିବ । ବର୍ତ୍ତମାନ ସ୍ଥିତିକୁ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯିବ । ନୂଆବର୍ଷ ପାଇଁ ରାଜ୍ୟ ସରକାର ଲାଗୁ କରିଥିବା କଟକଣାକୁ କଡ଼ାକଡ଼ି ଭାବରେ ପାଳନ କରାଯିବ । ବଡ଼ଦିନ ଓ ନୂଆବର୍ଷରେ ଅଧିକ ଗହଳି ହୋଇଥାଏ । ଏହି ଅବସରରେ ଗହଳି ଏଡ଼ାଇବାକୁ ତଥା ସଂକ୍ରମଣ ରୋକିବାକୁ କଡ଼ା ପଦକ୍ଷେପ ନିଆଯିବ । ଓଡ଼ିଶାରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା କମ୍‌ ଅଛି । ତଥାପି ଏବେଠୁ ବିଏମସି ସତର୍କତାମୂଳକ ପଦକ୍ଷେପ ନେଉଛି । ଗାଇଡଲାଇନ୍‌ ଅନୁସାରେ ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି । ବିଦେଶ ଫେରନ୍ତା ପଜିଟିଭ ଚିହ୍ନଟ ହେଲେ ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଉଛି ।

ଏହାହସିତ ସେ କହିଛନ୍ତି, ଏବେ ସୁଦ୍ଧା ଭୁବନେଶ୍ୱର ୬ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ବଡ଼ଦିନ ଏବଂ ନୂଆବର୍ଷ ସକାଶେ ବିଦେଶ ଫେରନ୍ତାଙ୍କ ସଂଖ୍ୟା ବଢ଼ିପାରେ । ଏଣୁ ଏହାଉପରେ କଡ଼ା ନଜର ରଖଯାଇଛି ।

Comments are closed.