ଭୁବନେଶ୍ବର:ପୁନର୍ବାସ ଥଇଥାନ ନୀତିରେ ନୂଆ ନିୟମ ଆଣିଲେ ରାଜ୍ୟ ସରକାର। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି।ମୃତ ସରକାରୀ କର୍ମଚାରୀଙ୍କ ପରିବାରକୁ ଅନୁକଂପାମୂଳକ ନିଯୁକ୍ତିରେ ଆଶ୍ବସ୍ତି ଆଣିଦେଇଛି।ଆବେଦନ ତାରିଖ ପରିବର୍ତ୍ତେ, ମୃତ୍ୟୁ ତାରିଖକୁ ଗ୍ରହଣ କରିବାକୁ ନୂଆ ନିୟମ ଆସିଛି।ଏହାଦ୍ବାରା ସୁପ୍ରିମ କୋର୍ଟ ଓ ହାଇକୋର୍ଟରେ ପଡ଼ି ରହିଥିବା ମାମଲାର ଅନ୍ତ ଘଟିବ କହିଲେ ଏଜି
ଏ ସମ୍ପର୍କିତ ଅନେକ ମାମଲା ଏବେ ଅଦାଲତରେ ପଡ଼ିରହିଛି। ରାଜ୍ଯ ସରକାରଙ୍କ ଏହି ନିୟମ ଆସିବା ପରେ ମୃତ ସରକାରୀ କର୍ମଚାରୀଙ୍କ ପରିବାରକୁ ଅନୁକଂପାମୂଳକ ନିଯୁକ୍ତିରେ ଆଶ୍ୱସ୍ତି ଆଣିବ ବୋଲି କୁହଯାଉଛି।