ନୂଆଦିଲ୍ଲୀ: ମଇ ୦୨: କଂଗ୍ରେସ ସହ ମତାନ୍ତର କରି ନୂଆ ଦଳ ଗଢିବାକୁ ଯୋଜନା କରୁଛନ୍ତି ପ୍ରଶାନ୍ତ କିଶୋର । ଆଜି ସେ ଏକ ଟୁଇଟ ମାଧ୍ୟମରେ ଯାହା କହିଛନ୍ତି ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । କଂଗ୍ରେସ ସହ ଆଲୋଚନା ସଫଳ ନହେବା ପରେ ତାଙ୍କର ପରବର୍ତ୍ତୀ ପଦକ୍ଷେପ କଣ ହେବ ତାହା ସେ ପରୋକ୍ଷରେ ସୂଚାଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ ଜନ ସୁରଜର ପଥକୁ ଭଲ ଭାବରେ ବୁଝିବାକୁ ପ୍ରକୃତ ମାଷ୍ଟର୍ସଙ୍କ ନିକଟରେ ପହଞ୍ଚିବାର ସମୟ ଆସିଛି । ପ୍ରକୃତରେ ପ୍ରଶାନ୍ତ କିଶୋର କିଛି ଦିନ ତଳେ କଂଗ୍ରେସରେ ମିଶିବା ନେଇ ଆଲୋଚନା ହେଉଥିଲା । ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସର ଉନ୍ନତ ପ୍ରଦର୍ଶନ ଉପରେ ପ୍ରଶାନ୍ତ କିଶୋର ଏକ ପ୍ରସ୍ତାବ ଦେଇଥିଲେ । ଯାହାକୁ ପସନ୍ଦ କରିଥିଲେ କଂଗ୍ରେସ ହାଇକମାଣ୍ଡ । ବିଶ୍ୱାସ କରାଯାଏ ଯେ ପ୍ରଶାନ୍ତ କିଶୋର ବିହାର ଯାତ୍ରା କରିବେ, ଲୋକଙ୍କୁ ଭେଟିବେ ଏବଂ ସେମାନଙ୍କ ସମସ୍ୟା ବୁଝିବେ । ଏଭଳି ପରିସ୍ଥିତିରେ ପି.କେ ଏକ ନୂତନ ରାଜନୈତିକ ଦଳ ଗଠନ କରିବେ କି ନାହିଁ ପ୍ରଶ୍ନ ଉଠିଛି ? ଏହା ବିଶ୍ୱାସ କରାଯାଏ ଯେ ପି.କେଙ୍କର ବିକଳ୍ପ ସୀମିତ ନୁହେଁ । ସେ ଏକ ନୂତନ ପାର୍ଟି ମଧ୍ୟ ଘୋଷଣା କରିବାକୁ ଯୋଜନା କରୁଛନ୍ତି ।
Comments are closed.