ନୂଆବର୍ଷରେ କୁକର୍‌ରେ ପ୍ରସ୍ତୁତ କରନ୍ତୁ ଚକୋଲେଟ୍‌ ନାନ୍‌ ଖଟାଇ

ନୂଆବର୍ଷରେ ଘରକୁ ଆସିଥିବା ଅତୀଥିଙ୍କ ପାଇଁ ଡ୍ରିଙ୍କସ୍‌, ଚାହା, କଫି ସହିତ ବିସ୍କୁଟ୍‌ ଭଳି କିଛି ଡ୍ରାଏ ହାଲୁକା ଖାଦ୍ୟ ପରଷିବା ଏକ ସାଧାରଣ କଥା । ହେଲେ ନୂଆବର୍ଷରେ ସବୁବେଳେ ଏକାପ୍ରକାର ବିସ୍କୁଟ୍‌ ପରଷିବା ସ୍ଥାନରେ କିଛି ନୂଆ ଟ୍ରାଏ କରନ୍ତୁ । ଯାହା ବୟସ୍କଙ୍କ ସହିତ ପିଲାମାନଙ୍କୁ ମଧ୍ୟ ପସନ୍ଦ ଆସିବ । ଯେପରି ଚଲୋଲେଟ୍‌ ନାନ୍‌ ଖଟାଇ । ଯଦି ଘରେ ଓଭନ୍‌ ନଥାଏ, ତେବେ ଆପଣ କୁକର୍‌ ମାଧ୍ୟରେ ନାନ୍‌ ଖଟାଇ ପ୍ରସ୍ତୁତ କରିପାରିବେ । ତେବେ ଆସନ୍ତୁ ଜାଣିବା ନୂଆବର୍ଷର ଏହି ରେସିପି ବିଷୟରେ ।
ନୂଆବର୍ଷରେ କୁକର୍‌ରେ ପ୍ରସ୍ତୁତ କରନ୍ତୁ ଚକୋଲେଟ୍‌ ନାନ୍‌ ଖଟାଇ

ଚକୋଲେଟ୍‌ ନାନ୍‌ ଖଟାଇ କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ- ଗହମ ଅଟା, ବେସନ, ସୁଜି, ଚିନି ଗୁଣ୍ଡ, କୋକୋ ପାଉଡର୍‌, ଘିଅ, କ୍ଷୀର , ବେକିଂ ପାଉଡର, ଡ୍ରାଏ ଫ୍ରୁଟ୍‌ସ ଏବଂ କିଛି ଲୁଣ ।
ପ୍ରଣାଳୀ- ପ୍ରଥମେ ନାନ ଖାଟାଇ ତିଆରି କରିବା ପାଇଁ ଏକ ପାତ୍ରରେ ମଇଦା, ବେସନ, ସୁଜି, ବେକିଂ ପାଉଡର, କୋକୋ ପାଉଡର ମିଶା;ୁ ଏବଂ ସ୍ୱାଦ ପାଇଁ ଅଳ୍ପ ଲୁଣ ପକାନ୍ତୁ । ଧ୍ୟାନରେ ରଖନ୍ତୁ ଯେ, ମଇଦା, ବେସନ ଓ ସୁଜି ସମାନ ପରିମାଣରେ ନେବେ । ଏହାସହିତ କୋକୋ ପାଉଡରକୁ ଏକ ନିର୍ଦ୍ଦିଷ୍ଟ ପରିମାଣରେ ପକାଇବେ । ନାନ୍‌ ଖଟାଇ ମିଶ୍ରଣରେ କୋକୋ ପାଉଡର୍‌ ଅଧିକ ହୋଇଗଲେ, ତାହା ପିତା ହୋଇଯାଏ । ଶେଷରେ ଏହିସବୁ ମିଶ୍ରଣକୁ ଏକ ଫିଲ୍‌ଟର ବା ଚାଲୁଣିରେ ଚଲାଇ ଦିଅନ୍ତୁ । ମିଶ୍ରଣ ଗୁଣ୍ଡରେ ଥିବା ସବୁ ରଗଡ଼ା ବାହାରିଯିବା ପରେ ଏଥିରେ ଚିନି ପାଉଡର ଏବଂ ଘିଅକୁ ମିଶାଇ ଧୀରେ ଧୀରେ ମିଶାନ୍ତୁ ।
ନୂଆବର୍ଷରେ କୁକର୍‌ରେ ପ୍ରସ୍ତୁତ କରନ୍ତୁ ଚକୋଲେଟ୍‌ ନାନ୍‌ ଖଟାଇ

ଘିଅ ସ୍ଥାନରେ ଲହୁଣୀ ମଧ୍ୟ ବ୍ୟବହାର କରିପାରିବେ । ସମସ୍ତ ଜିନିଷ ଭଲ ଭାବରେ ମିଶିଗଲା ପରେ ମିଶ୍ରଣରେ ଅଳ୍ପ କ୍ଷୀର ମିଶା;ୁ । ମିଶ୍ରଣ ଯେପରି ଭଲଭାବରେ ବାନ୍ଧି ହୋଇପାରୁଥିବ, ସେହିପରି ପରିମାଣରେ କ୍ଷୀର ବ୍ୟବହାର କରନ୍ତୁ ।
ଅନ୍ୟପଟରେ, କୁକର୍‌କୁ ଅଳ୍ପ ଗରମ କରନ୍ତୁ । ଗରମ କୁକର୍‌ ତଳ ଭାଗରେ ଲୁଣର ଏକ ଆସ୍ତରଣ ବିଛାନ୍ତୁ । ଏହାପରେ କୁକର୍‌କୁ ଘୋଡାଇ ୭-୮ ମିନିଟ୍‌ ପାଇଁ ଭଲ ଭାବରେ ଗରମ କର;ୁ ।
ନାନ୍‌ ଖଟାଇ ତିଆରି କରିବା ପାଇଁ ଏକ ପ୍ଲେଟ୍‌ରେ ଘିଅ ବା ଲହୁଣୀ ଲଗାନ୍ତୁ । ବର୍ତ୍ତମାନ ନାନ ଖାଟାଇ ପାଇଁ ପ୍ରସ୍ତୁତ ହୋଇଥିବା ମିଶ୍ରଣରୁ ଅଳ୍ପନେଇ ହାତରେ ଗୋଲ ଗୋଲ ଆକାର କରନ୍ତୁ । ଆପଣ ଚାହିଁଲେ ନିଜ ମନ ପସନ୍ଦର ସେପ୍‌ କରିପାରିବେ । ଏହାପରେ ସେହି ସବୁ ନାନ୍‌ ଖଟାଇ ଗୋଳାକୁ ପ୍ଲେଟରେ ଥୋଇ ଦିଅନ୍ତୁ ।
ନୂଆବର୍ଷରେ କୁକର୍‌ରେ ପ୍ରସ୍ତୁତ କରନ୍ତୁ ଚକୋଲେଟ୍‌ ନାନ୍‌ ଖଟାଇ

ଏବେ କୁକର୍‌ ଉପରେ ଏକ ଜାଲି ଷ୍ଟାଣ୍ଡ ପକାଇ ତାହା ଉପରେ ନାନ୍‌ ଖଟାଇ ପ୍ଲେଟ୍‌ ରଖନ୍ତୁ । ଏହାପରେ କୁକର୍‌ର ଢ଼ାଙ୍କୁଣୀ ଦେଇ ୧୨ ମିନିଟ୍‌ ପାଇଁ ବ୍ରେକ୍‌ କର;ୁ । ନାନ୍‌ ଖଟାଇ ପ୍ରସ୍ତୁତ କଲା ସମୟରେ ତାହା ଉପରେ ନିଜ ପସନ୍ଦ ଅନୁଯାୟୀ ଡ୍ରାଏ ଫ୍ରୁଟସ୍‌ ସଜାନ୍ତୁ । ନାନ୍‌ ଖଟାଇ ହୋଇଗଲା ପରେ, ତାହାକୁ ସମୂର୍ଣ୍ଣ ଥଣ୍ଡା କରି ଜାର୍‌ରେ ଭର୍ତ୍ତି କରନ୍ତୁ ।

Comments are closed.